ତାତିରେ ସିଝୁଛି ରାଜ୍ୟର ଅଧା ସହର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର ଚାରି ଦିନ ଧରି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୧୫ଟି ସହରର ଦିନର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି। ୪୩.୫ ଡିଗ୍ରୀ ସହ ସୋନପୁର ହେଉଛି ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୮.୨ ଡିଗ୍ରୀ, ଚେନ୍ଦବାଲିରେ ୩୯.୦ ଡିଗ୍ରୀ, କଟକରେ ୩୮.୦ ଡିଗ୍ରୀ, ପାରାଦୀପରେ […]

Weather

Weather

Manoranjan Sial
  • Published: Saturday, 16 April 2022
  • Updated: 16 April 2022, 07:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର ଚାରି ଦିନ ଧରି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୧୫ଟି ସହରର ଦିନର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି। ୪୩.୫ ଡିଗ୍ରୀ ସହ ସୋନପୁର ହେଉଛି ଉତ୍ତପ୍ତ ସହର।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୮.୨ ଡିଗ୍ରୀ, ଚେନ୍ଦବାଲିରେ ୩୯.୦ ଡିଗ୍ରୀ, କଟକରେ ୩୮.୦ ଡିଗ୍ରୀ, ପାରାଦୀପରେ ୩୧.୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୧ ଡିଗ୍ରୀ, ଗୋପାଳପୁରରେ ୨୯.୯ ଡିଗ୍ରୀ, ପୁରୀରେ ୩୨.୨ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ବାରିପଦାରେ ୪୧.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, କେନ୍ଦୁଝରଗଡ଼ରେ ୪୦.୧, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ଓ ହୀରାକୁଦରେ ଦିନର ତାପମାତ୍ର ୪୦.୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

ଠିକ୍‌ ସେହିପରି ତାଳଚେରରେ ୪୦.୪ ଡିଗ୍ରୀ, ଭବାନୀପାଟଣାରେ ୪୧.୨ ଡିଗ୍ରୀ, ବଲାଙ୍ଗିରରେ ୪୩.୦ ଡିଗ୍ରୀ, କୋରାପୁଟରେ ୩୪.୫ ଡିଗ୍ରୀ, ଫୁଲବାଣୀରେ ୩୯.୦ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ମାଲକାନଗିରିରେ ୩୮.୫ ଡିଗ୍ରୀ, ସୋନପୁରରେ ୪୩.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୩.୦ ଡିଗ୍ରୀ, ନୟାଗଡ଼ରେ ୪୦.୦ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ଛତ୍ରପୁରରେ ୩୭.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୫ ଡିଗ୍ରୀ, ରାୟଗଡ଼ାରେ ୩.୫ ଡିଗ୍ରୀ, ଭଦ୍ରକରେ ୩୯.୫ ଡିଗ୍ରୀ, ଯାଜପୁରର ତାପମାତ୍ରା ୩୮.୪ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ଼ କରାଯାଇଛି।

https://twitter.com/mcbbsr/status/1515318313718808587?s=20&t=vZxy2ySe0qlsf0J0y_Ao6g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos