ସୋପ୍ନେନ୍ଦୁ ମହାନ୍ତିଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଙ୍ଗାପୁର ମନିଟାରୀ ଅଥରିଟିରେ ମୁଖ୍ୟ ଫିନଟେକ୍ ଅଫିସର ଭାବେ କାର୍ଯ୍ୟରତ ଓଡ଼ିଆ ସୋପ୍ନେନ୍ଦୁ ମହାନ୍ତି ଓଡ଼ିଶା ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି। ସେ ରାଜ୍ୟ ସରକାରଙ୍କ ଡିଜିଟାଲ ଓ ଫାଇନାନ୍ସିଆଲ ଟେକ୍ନୋଲୋଜି ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କଠୁ […]

modi

modi

Manoranjan Sial
  • Published: Thursday, 12 September 2019
  • Updated: 12 September 2019, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଙ୍ଗାପୁର ମନିଟାରୀ ଅଥରିଟିରେ ମୁଖ୍ୟ ଫିନଟେକ୍ ଅଫିସର ଭାବେ କାର୍ଯ୍ୟରତ ଓଡ଼ିଆ ସୋପ୍ନେନ୍ଦୁ ମହାନ୍ତି ଓଡ଼ିଶା ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି। ସେ ରାଜ୍ୟ ସରକାରଙ୍କ ଡିଜିଟାଲ ଓ ଫାଇନାନ୍ସିଆଲ ଟେକ୍ନୋଲୋଜି ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।

ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କଠୁ ଯୋଜନା ସମ୍ବନ୍ଧୀୟ ପ୍ରତିକ୍ରିୟା ସଂଗ୍ରହ କରି ବିଭାଗୀୟ ମନ୍ତ୍ରୀଙ୍କ ଜରିଆରେ ସମ୍ପୃକ୍ତ ବିଭାଗମାନଙ୍କୁ ଦେବେ। ଯୋଜନାର ସଠିକ୍ କାର୍ଯ୍ୟକାରିତା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଫିଡବ୍ୟାକ୍ ଓ ଆବଶ୍ୟକ ସ୍ଥଳେ ପ୍ରସ୍ତାବ ଦେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos