ଶ୍ରମିକଙ୍କ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ସ୍ୱତନ୍ତ୍ର ଟ୍ରେନ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରମିକଙ୍କ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ସ୍ୱତନ୍ତ୍ର ଟ୍ରେନ ସେବା। ଆଜି ପ୍ରଥମ ଦିନରେ ଖୋର୍ଦ୍ଧା ରୋଡ୍‌ରୁ ଗୋଟିଏ ଟ୍ରେନ ଗୁଜରାଟ ଅଭିମୁଖେ ଯାଇଛି। ଏହି ଟ୍ରେନ ରାତି ୮ଟା ୫୦ରେ ବ୍ରହ୍ମପୁରରେ ପହଞ୍ଚିଛି। ସେଠାରୁ ବିଜୟନଗରମ, ରାୟଗଡ଼ା, ଟିଟିଲାଗଡ଼, ରାୟପୁର ଦେଇ ସୁରତ ଯିବ।

ସେହିଭଳି ଆସନ୍ତାକାଲି ଖୋର୍ଦ୍ଧା ରୋଡ୍‌ରୁ ପୂର୍ବାହ୍ନ ୧୦ଟା ୪୦ରେ ଗୁଜରାଟର ଓଖା ଅଭିମୁଖେ ବାହାରିବ ଅନ୍ୟ ଏକ ସ୍ୱତନ୍ତ୍ର ଟ୍ରେନ। ଏହି ଟ୍ରେନ ବି ସମାନ ରୁଟ୍ ଦେଇ ଯିବ। ଖୋର୍ଦ୍ଧା ରୋଡ୍‌-ଗାନ୍ଧି ଧାମ୍‌ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ରୁ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ରେ ଛାଡ଼ିବ। ବ୍ରହ୍ମପୁର, ରାୟଗଡ଼ା, ଟିଟିଲାଗଡ଼ ଦେଇ ଏହି ଟ୍ରେନ ଯିବ ଗୁଜରାଟ୍ ଅଭିମୁଖେ। ତେବେ ଖୋର୍ଦ୍ଧା ରୋଡ୍‌-ଅହମଦାବାଦ ଟ୍ରେନ ସପ୍ତାହକୁ ୪ ଦିନ ଚାଲିବାକୁ ଥିବା ବେଳେ ଖୋର୍ଦ୍ଧା ରୋଡ୍‌-ଓଖା ସପ୍ତାହକୁ ଥରେ ଅର୍ଥାତ ରବିବାର ଚାଲିବ।

ସେହିପରି ଖୋର୍ଦ୍ଧା ରୋଡ୍‌-ଗାନ୍ଧିଧାମ ଟ୍ରେନ କେବଳ ଶନିବାର ଚାଲିବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌ କଟକଣା ଭିତରେ ଗତ ୬ ମାସ ପରେ ଟ୍ରେନ ଗଡୁଥିବାରୁ ପ୍ରବାସୀ ଓଡ଼ିଆମାନେ ଟିକେଟ ବୁକିଂ ବି କରିସାରିଛନ୍ତି। ଲକଡାଉନ ପାଇଁ କାମଧନ୍ଦା ହରାଇବା ପରେ ଏବେ ପୁଣି ରାଜ୍ୟ ବାହାରକୁ ଯାଇ ଦି’ପଇସା ରୋଜଗାର ପାଇଁ ଆଶା ବାନ୍ଧିଛନ୍ତି ଶ୍ରମିକ।

ଆହୁରି ପଢ଼ନ୍ତୁ

ବିରୋଧ ସତ୍ତ୍ୱେ ଆସନ୍ତାକାଲି ପାରିତ ହୋଇପାରେ ବିଶ୍ୱବିଦ୍ୟାଳୟ ବିଲ୍ !

ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା

ନିର୍ବାଚନୀ ସଭାକୁ ଅନୁମତି, ଡୋର୍ କ୍ୟାମ୍ପେନିଂରେ ସର୍ବାଧିକ ୫ ଜଣ

କାଲି ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ: ଆଡଭାନୀଙ୍କର ହେବ ଫୈସଲା

ଆରୋଗ୍ୟ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଆଗରେ ରହିଛି ଖୋର୍ଦ୍ଧା

ବୟସ୍କ ଓ ଦିବ୍ୟାଙ୍ଗ ଦେବେ ପୋଷ୍ଟାଲ ବାଲାଟରେ ଭୋଟ୍‌

ବିଧାନସଭା ଆସିଲେନି ମୁଖ୍ୟମନ୍ତ୍ରୀ, ଗୃହରେ ଉପସ୍ଥାପିତ ହେଲା ୭ଟି ବିଲ୍‌

ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ କେସ

‘କରୋନା ପଜିଟିଭ୍‌ ସେବାୟତ ଶ୍ରୀମନ୍ଦିର ଗଲେ କାର୍ଯ୍ୟାନୁଷ୍ଠାନ’

ଚାଇନା ସହ ସୀମାରେ କେମିତି ଅଛି ସ୍ଥିତି, ସୂଚନା ଦେଲେ ବାୟୁସେନା ମୁଖ୍ୟ

ଅତିରିକ୍ତ ୧୦୦ ମିଲିୟନ କରୋନା ଟିକା ପାଇଁ ସେରମର ଚୁକ୍ତି, କେତେ ଟଙ୍କା ନେବ ଜାଣନ୍ତୁ

ବଗଲା ନେଇ ହାଇକୋର୍ଟରେ ଜବାବ ରଖିଲେ ସରକାର