ଆଜିଠୁ ପଞ୍ଚକ; ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ( ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ପଞ୍ଚକ । ପବିତ୍ର କାର୍ତ୍ତିକ ବ୍ରତର ଶେଷ ପର୍ଯ୍ୟାୟ ପଞ୍ଚକ ପାଇଁ ହବିଷ୍ୟାଳିଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଞ୍ଚକର ପ୍ରଥମ ଦିନରେ ଶ୍ରୀଜିଉ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ । ଶେଷ ଦିନରେ ହେବ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ । ପଞ୍ଚକର ପ୍ରଥମ ଦିନରେ ପବିତ୍ର ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  ହବିଷ୍ୟାଳି । […]

puri-1-1

puri-1-1

Niharika Rout
  • Published: Friday, 08 November 2019
  • Updated: 08 November 2019, 10:34 AM IST

Sports

Latest News

ପୁରୀ( ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ପଞ୍ଚକ । ପବିତ୍ର କାର୍ତ୍ତିକ ବ୍ରତର ଶେଷ ପର୍ଯ୍ୟାୟ ପଞ୍ଚକ ପାଇଁ ହବିଷ୍ୟାଳିଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଞ୍ଚକର ପ୍ରଥମ ଦିନରେ ଶ୍ରୀଜିଉ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ । ଶେଷ ଦିନରେ ହେବ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ।

ପଞ୍ଚକର ପ୍ରଥମ ଦିନରେ ପବିତ୍ର ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  ହବିଷ୍ୟାଳି । ପାଞ୍ଚ ଦିନ ଯାକ ଯେପରି ନୀତିକାନ୍ତି ଶୃଙ୍ଖଳିତ ହେବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ଏକମୁଖୀ ପ୍ରବେଶ ବ୍ୟବସ୍ଥା ସହିତ କରାଯାଇଛି ବ୍ୟାରିକେଡ୍ । ୧୦୦ ଅଫିସରଙ୍କ ସହିତ ୩୦ ପ୍ଲାଟୁନ ଫୋର୍ସ  ମୁତୟନ ହୋଇଛନ୍ତି ।

ସେହିପରି ପଞ୍ଚକ ପାଇଁ ଆଠଗଡ଼ ଧବଳେଶ୍ୱର ପୀଠରେ ବି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଦେବୋତ୍ଥାନ ଏକାଦଶୀ ଅବସରରେ ଗଙ୍ଗାନଦୀରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos