'ନବୀନଙ୍କ ମନ୍ତ୍ରିମଣ୍ଡଳ ଅସମ୍ବିଧାନିକ, ଦାୟିତ୍ୱହୀନତାର ପରିଚୟ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରିମଣ୍ଡଳ ଅସମ୍ବିଧାନିକ ଓ ଦାୟିତ୍ୱହୀନତାର ପରିଚୟ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସମ୍ବିଧାନର ଧାରା -୧୬୪ ଅନୁସାରେ ନୂଆ ସରକାର ଗଠନ ବେଳେ ମଧ୍ୟପ୍ରଦେଶ, ଓଡ଼ିଶା ଓ ବିହାରରେ ଆଦିବାସୀ ବ୍ୟାପାର, ଅନୁସୂଚିତ ଜାତି ଓ ଓବିସି ବର୍ଗ ନିମନ୍ତେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ନିଯୁକ୍ତି ପାଇବେ। କିନ୍ତୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଜଣେ […]

srikant-jena-says-naveens-council-of-ministers-has-violated-constitutional-norms

Manoranjan Sial
  • Published: Friday, 31 May 2019
  • Updated: 31 May 2019, 07:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରିମଣ୍ଡଳ ଅସମ୍ବିଧାନିକ ଓ ଦାୟିତ୍ୱହୀନତାର ପରିଚୟ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସମ୍ବିଧାନର ଧାରା -୧୬୪ ଅନୁସାରେ ନୂଆ ସରକାର ଗଠନ ବେଳେ ମଧ୍ୟପ୍ରଦେଶ, ଓଡ଼ିଶା ଓ ବିହାରରେ ଆଦିବାସୀ ବ୍ୟାପାର, ଅନୁସୂଚିତ ଜାତି ଓ ଓବିସି ବର୍ଗ ନିମନ୍ତେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ନିଯୁକ୍ତି ପାଇବେ। କିନ୍ତୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ଆଦିବାସୀ ବ୍ୟାପାର ଓ ଅନୁସୂଚିତ ଜାତି ବିଭାଗ (ସ୍ୱାଧୀନ) ଦାୟିତ୍ୱ ଦିଆଯାଇଛି। ଯାହାକି ସମ୍ବିଧାନ ପ୍ରତି କୁଠାରଘାତ ସଦୃଶ ଓ ଜାଣିଶୁଣ ରାଜ୍ୟର ୯୪ପ୍ରତିଶତ ଲୋକଙ୍କୁ ଅପମାନିତ କରାଯାଇଛି।

ଶ୍ରୀ ଜେନା କହିଛନ୍ତି, କ୍ୟାବିନେଟ୍ ହିଁ ରାଜ୍ୟର ନୀତି ନିର୍ଦ୍ଧାରକ ମଣ୍ଡଳୀ ଭାବେ କାର୍ଯ୍ୟ କରେ। ଯଦି ତାଙ୍କୁ ନିିର୍ଦ୍ଧିଷ୍ଟ ଭାବେ ବୈଠକକୁ ଡକାଯାଇନଥିବ, ଜଣେ ରାଷ୍ଟ୍ରମନ୍ତ୍ରୀ ସବୁବେଳେ କ୍ୟାବିନେଟ୍ ବୈଠକକୁ ଯାଇପାରିବେ ନାହିଁ। ଆଦିବାସୀ ବ୍ୟାପାର ବିଭାଗ କିଭଳି ଜଣେ ରାଷ୍ଟ୍ରମନ୍ତ୍ରୀଙ୍କ ଦାୟିତ୍ୱରେ ରଖାଗଲା ବୋଲି ଶ୍ରୀ ଜେନା ପ୍ରଶ୍ନ ଉଠାଇବା ସହ ଏହା ମାଛହାଟରେ ନିଆଯାଇଥିବା ନିଷ୍ପତ୍ତି ଭଳି ବୋଲି ସେ କହିଛନ୍ତି।

ମନ୍ତ୍ରିମଣ୍ଡଳ ଶପଥ ନେବା ପୂର୍ବରୁ ଅବା ବିଭାଗ ବଣ୍ଟନ ପୂର୍ବରୁ ସେ ନେଇ ସମ୍ବିଧାନରେ ଥିବା ବ୍ୟବସ୍ଥା ସମ୍ପର୍କରେ ଆଇନ ବିଭାଗ, ରାଜ୍ୟପାଳଙ୍କ ସଚିବାଳୟ ଓ କ୍ୟାବିନେଟ୍ ସଚିବ ତର୍ଜମା କରିବା କଥା। କିନ୍ତୁ ଦାୟିତ୍ୱହୀନ ଭାବେ ଏହି ଦିଗ ପ୍ରତି ଆଖିବୁଜି ଦିଆଯାଇଛି। ତେଣୁ ରାଜ୍ୟପାଳ ପୁଣିଥରେ ମନ୍ତ୍ରିମଣ୍ଡଳର ଶପଥ ପାଠ କରାନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ନିଜ କ୍ୟାବିନେଟରେ ଥିବା କୌଣସି ମନ୍ତ୍ରୀଙ୍କୁ ଏହି ଆଦିବାସୀ,ଅନୁସୂଚିତ ଜାତି ଓ ଓବିସି ବିଭାଗ ଦାୟିତ୍ୱ ଦିଅନ୍ତୁ ବୋଲି ଶ୍ରୀ ଜେନା ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story