ଶ୍ରୀମନ୍ଦିର ଜଗମୋହନ ଭିତର ପାର୍ଶ୍ୱ ଦୁର୍ବଳ,ସଂରକ୍ଷଣ ଲୋଡା

ପୁରୀ: ପୁଣିଥରେ ପ୍ରତ୍ନତତ୍ତ୍ୱ ବିଭାଗର ବୈଷୟିକ କୋର କମିଟି ଶ୍ରୀମନ୍ଦିରର ଗର୍ଭଗୃହ ଓ ଜଗମୋହନ ଅନୁଧ୍ୟାନ କରିଛି। ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଜଗମୋହନର ଭିତରପାଶ୍ୱରେ ପଥର ଦୁର୍ବଳ ହୋଇପଡିଛି। ଏହାର ସଂରକ୍ଷଣ ଆବଶ୍ୟକତା ରହିଛି। ସୀମିତ ସମୟରେ ପଥର ପରିବର୍ତ୍ତନ କରାଯିବା ଅସମ୍ଭବ ଥିବାରୁ କିପରି ଏହାର ମରାମତି ଓ ସଂରକ୍ଷଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଗର୍ଭଗୃହ ଭିତର ପାଶ୍ୱରେ ସଫେଇ କାର୍ଯ୍ୟ ଜୋରସୋରରେ ଚାଲିଛି ବୋଲି କହିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡଣ୍ଟ […]

asi in puri

Rakesh Mallick
  • Published: Wednesday, 22 July 2015
  • , Updated: 23 July 2015, 01:35 AM IST

ପୁରୀ: ପୁଣିଥରେ ପ୍ରତ୍ନତତ୍ତ୍ୱ ବିଭାଗର ବୈଷୟିକ କୋର କମିଟି ଶ୍ରୀମନ୍ଦିରର ଗର୍ଭଗୃହ ଓ ଜଗମୋହନ ଅନୁଧ୍ୟାନ କରିଛି। ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଜଗମୋହନର ଭିତରପାଶ୍ୱରେ ପଥର ଦୁର୍ବଳ ହୋଇପଡିଛି। ଏହାର ସଂରକ୍ଷଣ ଆବଶ୍ୟକତା ରହିଛି। ସୀମିତ ସମୟରେ ପଥର ପରିବର୍ତ୍ତନ କରାଯିବା ଅସମ୍ଭବ ଥିବାରୁ କିପରି ଏହାର ମରାମତି ଓ ସଂରକ୍ଷଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଗର୍ଭଗୃହ ଭିତର ପାଶ୍ୱରେ ସଫେଇ କାର୍ଯ୍ୟ ଜୋରସୋରରେ ଚାଲିଛି ବୋଲି କହିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ ଏ.କେ ପଟେଲ ।

ଅନ୍ୟପଟେ ମହାପ୍ରଭୁଙ୍କର ମହାପ୍ରସାଦ ରନ୍ଧା କାର୍ଯ୍ୟରେ ମୁଖ୍ୟ ଭୂମିକା ନେଇଥିବା ଗଙ୍ଗା ଜମୁନା କୂଅର ପାଣି ଶୁଖିଯାଇଥିବାରୁ ଏହାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇ ଜନସ୍ୱାସ୍ଥ୍ୟ ବିଭାଗର ବୈଷୟିକ ଟିମ ସହ ଅନୁଧ୍ୟାନ କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ଅନୁଧ୍ୟାନରେ ଆଇଆଇଟିର ପ୍ରଫେସର ଏ.ପି ଗୁପ୍ତା, ଗୋପାଳ ଚନ୍ଦ୍ର ମିତ୍ର, ଜନସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Related story