ଶ୍ରୀମନ୍ଦିର ଭିତରେ ପୋଷ୍ଟର: ବିବାଦଘେରରେ ପ୍ରଶାସନର ମୋବାଇଲ

ପୁରୀ,(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରକୁ ମୋବାଇଲ କଟକଣାକୁ ନେଇ ବଢ଼ିଲା ବିବାଦ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଆଜି ସ୍ୱତନ୍ତ୍ର ମୋବାଇଲ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ମୋବାଇଲ ନନେବାକୁ ଅନ୍ୟ ସେବାୟତଙ୍କୁ ଆହ୍ୱାନ ଦେଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର। ଏ ନେଇ ସେ ମନ୍ଦିର ଭିତରେ ପୋଷ୍ଟର ଲଗାଇ ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନଠାରୁ ମୋବାଇଲ ଫୋନ୍ ଗ୍ରହଣ କରିବାକୁ ବାରଣ କରିଛନ୍ତି ।

ଏହି ମୋବାଇଲ ସେବାୟତଙ୍କ ଗୋପନୀୟତାକୁ ପଦାରେ ପକାଇବ।  ତେଣୁ ସେବାୟତମାନେ ନିଜ ଖର୍ଚ୍ଚରେ ବିନା କ୍ୟାମେରା ଫୋନ୍ ମୋବାଇଲ ବ୍ୟବହାର କରିବାକୁ ପୋଷ୍ଟରରେ ଉଲ୍କେଖ କରାଯାଇଛି।  ଏହାସହ ସେବାୟତଙ୍କ ଭଳି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଲାଗି ବି ମୋବାଇଲ କଟକଣା ଜାରି କରିବାକୁ ପୋଷ୍ଟରରେ ଦାବି ହୋଇଛି । ସେପଟେ ସେବାୟତଙ୍କୁ ସ୍ୱତନ୍ତ୍ର ମୋବାଇଲ ଦେବା ଲାଗି ବିଭିନ୍ନ କମ୍ପାନୀ ପକ୍ଷରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଆଜି ମାତ୍ର ୩ ଜଣ ସେବାୟତ ଏହି ମୋବାଇଲ ସମ୍ପର୍କରେ ବୁଝିବା ସହ ନାଁ ପଞ୍ଜିକରଣ କରିଛନ୍ତି । ସେପଟେ ମନ୍ଦିର ପ୍ରଶାସନର ମୋବାଇକୁ ବିରୋଧ କରି ଲାଗିଥିବା ପୋଷ୍ଟର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ପକ୍ଷରୁ ପ୍ରତିକ୍ରିୟା ମିଳି ପାରି ନାହିଁ। ଏଥିସହ ଦେଖନ୍ତୁ ଭିଡିଓ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।