ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଜେପିର ସଜବାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଓ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ଏହି ରଣନୀତିର ଅଂଶବିଶେଷ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ‘ଫାଇଭ-ଟି’କୁ କଟାକ୍ଷ କରିଥିବାବେଳେ ଚାବି ହଜିବା ଘଟଣାକୁ ଦେଢ଼ବର୍ଷ ବିତିବା ସତ୍ତେ୍ୱ ବି ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବିରୋଧୀ ଦଳ […]

puri3-2

Tapas Behera
  • Published: Tuesday, 29 October 2019
  • , Updated: 29 October 2019, 09:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଓ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ଏହି ରଣନୀତିର ଅଂଶବିଶେଷ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ‘ଫାଇଭ-ଟି’କୁ କଟାକ୍ଷ କରିଥିବାବେଳେ ଚାବି ହଜିବା ଘଟଣାକୁ ଦେଢ଼ବର୍ଷ ବିତିବା ସତ୍ତେ୍ୱ ବି ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ବିରୋଧୀ ଦଳ ନେତା ଶ୍ରୀ ନାଏକ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲି ଅଳଙ୍କାରଗୁଡ଼ିକର ଉପଯୁକ୍ତ ଯାଞ୍ଚ କରିବା ନିମନ୍ତେ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ସବୁ ବିଭାଗରେ ଫାଇଭ-ଟି ଉପରେ ଗୁରୁତ୍ୱ ଦେଉଛନ୍ତିା ସେହି ଫାଇଭ-ଟି ବ୍ୟବସ୍ଥାକୁ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥାରେ ବି ଲାଗୁ କରନ୍ତୁା ଫାଇଭ-ଟିରେ ଥିବା ଦୁଇଟି ଟି( ଟ୍ରାନ୍ସପରେନ୍ସି ଓ ଟାଇମ)କୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗ ୁକରନ୍ତୁା ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାରର ଚାବି ହଜିବା ଘଟଣାକୁ ଏବେ ଦେଢ଼ ବର୍ଷରୁ ଅଧିକ ଦିନ ବିତିଗଲାଣି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ସାଧାରଣରେ ଯେଉଁ ସନ୍ଦେହ ତିଆରି ହୋଇଥିଲା ତାହା ଏବେବିି ବଳବତ୍ତର ରହିଛି। ଏକ ନିର୍ଦ୍ଦିଷ୍ଟ ସମୟସୀମା ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଞ୍ଚ କରାଯିବା ସହ ରତ୍ନଭଣ୍ଡାର ଭିତର ଗୃହର ଅଳଙ୍କାର ଉପରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେହି ତାଲିକା ସହିତ ଏବେର ତାଲିକାକୁ ମେଳ କରାଯାଉ। ଏବେର ତାଲିକାକୁ ସାର୍ବଜନୀନ କରି ସାଧାରଣ ଲୋକମାନଙ୍କର ମନରେ ଥିବା ସନ୍ଦେହକୁ ଦୁର କରାଯାଉ ବୋଲି ଶ୍ରୀ ନାଏକ ପ୍ରସ୍ତାବ ଦେଇଛନ୍ତି।

ସେହିପରି ୨୦୧୮ ମାର୍ଚ୍ଚ ୨୨ତାରିଖରେ ରତ୍ନଭଣ୍ଡାର ଚାବି ହଜିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବିଭିନ୍ନ ଆଡ଼େ ପ୍ରତିବାଦ ହେବାରୁ ରାଜ୍ୟ ସରକାର ୨୦୧୮ ଜୁନ ୮ରେ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କଲେ। ଏବେ ସେହି କମିଶନ ରିପୋର୍ଟ କୁଆଡ଼େ ଗଲା? ଧାର୍ଯ୍ୟ ହୋଇଥିବା ୩ ମାସ ସ୍ଥାନରେ କମିଶନ ୬ ମାସରେ ରିପୋର୍ଟ ଦେଲୋ ହେଲେ ରାଜ୍ୟ ସରକାର ତାକୁ ତର୍ଜମା କରିବା ନାଁରେ ଏପର୍ଯ୍ୟନ୍ତ କାହିଁକି ଗୋପନ ରଖିଛନ୍ତି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ସାମ୍ନାକୁ ଆସିବାପରେ ରତ୍ନ ଭଣ୍ଡାରରେ ଥିବା ଦୁର୍ଲଭ ମଣିମୁକ୍ତା, ସୁନାରୂପା ସବୁ ସୁରକ୍ଷିତ ଅଛି କି ନେଇ ତାକୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ତାକୁ ରାଜ୍ୟ ସରକାର ଦୂର କରିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ନାଏକ କହିଛନ୍ତି।
ଆସନ୍ତା ମାସ ୧୩ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବାବେଳେ ବିଜେପି ଅଚାନକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ରାଜ୍ୟ ବିଜେପି ସୂତ୍ରରୁ ସୂଚନା ମିଳିଛି।

Related story