ଗ୍ରୀନ୍ ଟ୍ରିବ୍ୟୁନାଲ୍ ଛାଟ ପରେ ସରକାରଙ୍କ 'ଡଙ୍କାରୀ' ନିଦ ଭାଙ୍ଗିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ରୀନ୍ ଟ୍ରିବ୍ୟୁନାଲ ଛାଟ ଲାଗିବା ପରେ ଡଙ୍କାରୀକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ମୋରମ ଖାଦନ ଉପରେ ଆଜି ଅଚାନକ ଚଢ଼ଉ କରିଛି ପ୍ରଶାସନ। ଏଠାରେ ସମସ୍ତ ଖାଦାନକୁ ସିଲ୍ କରିଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ ହୋଇଛି। ଡଙ୍କାରୀରେ ପ୍ରଶାସନ ଆଜି ନାଲି ପତାକା ମାରିଛି। ଏହାସହ ଜାରି ହୋଇଛି ୧୪୪ ଧାରା। ପାହାଡ଼ ପାଖରେ ଥିବା ଓଜନ […]

jajpur

jajpur

Tapaswini Nayak
  • Published: Monday, 15 October 2018
  • Updated: 15 October 2018, 11:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ରୀନ୍ ଟ୍ରିବ୍ୟୁନାଲ ଛାଟ ଲାଗିବା ପରେ ଡଙ୍କାରୀକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ମୋରମ ଖାଦନ ଉପରେ ଆଜି ଅଚାନକ ଚଢ଼ଉ କରିଛି ପ୍ରଶାସନ। ଏଠାରେ ସମସ୍ତ ଖାଦାନକୁ ସିଲ୍ କରିଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ ହୋଇଛି।

ଡଙ୍କାରୀରେ ପ୍ରଶାସନ ଆଜି ନାଲି ପତାକା ମାରିଛି। ଏହାସହ ଜାରି ହୋଇଛି ୧୪୪ ଧାରା। ପାହାଡ଼ ପାଖରେ ଥିବା ଓଜନ ମାପ ଯନ୍ତ୍ରକୁ ଖୋଳି ବାହାର କରାଯାଇଛି। ପଥର ଖାଦାନର ୧୬ଟି ଉତ୍ସକୁ ସିଲ୍ କରାଯାଇଛି। ପାଖରେ ଥିବା କ୍ରଶର ୟୁନିଟକୁ ମାପଚୁପ କରାଯାଇଥିଲେ ମଧ୍ୟ ସିଲ୍ କରାଯାଇନାହିଁ। କ୍ରଶର ଭିତରେ କୋଟି କୋଟି ଟଙ୍କାର ଚିପ୍ସ ମହଜୁଦ ରହିଥିବା କୁହାଯାଉଛି।

ପୂର୍ବରୁ ବର୍ଷ ବର୍ଷ ଧରି ପ୍ରଶାସନର ନାକ ତଳେ ଚାଲିଥିଲା ଏହି ବେଆଇନ ପଥର ଖାଦାନ। ଦିନ ରାତି ହେଉଥିଲା ବ୍ଲାଷ୍ଟିଂ। ଚୋରି ହେଉଥିଲା କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ। ବେଆଇନ କାରବାରରେ ମାତିଥିଲେ ମାଫିଆ। କେବଳ ୪ଟି ଉତ୍ସକୁ ମିଳିଥିଲା ପରିବେଶ ମଂଜୁରୀ କିନ୍ତୁ ପ୍ରଶାସନର ଜାଣତରେ ୧୬ଟି ଯାକ ଉତ୍ସରୁ ଚାଲିଥିଲା ବେଆଇନ ଚାଲାଣ। ଦିନେ ବି ପ୍ରଶାସନର ପାଦ ଏଠାରେ ପଡ଼ୁନଥିଲା। ଗ୍ରୀନ ଟ୍ରିବ୍ୟୁନାଲ୍ ଛାଟ ପରେ ଡଙ୍କାରୀରେ ପଡ଼ିଛି ଜିଲ୍ଲା ପ୍ରଶାସନର ପାଦ।

ଦାମଙ୍କ ବାଣ

ପ୍ରଶାସନର ଏ ପଦକ୍ଷେପକୁ ପ୍ରହସନ ଓ ଲୋକଦେଖାଣିଆ ବୋଲି କହିଛନ୍ତି ବିଧାୟକ ଦାମୋଦର ରାଉତ। ଚଢ଼ଉ ପରେ ବି ପ୍ରଭାବଶାଳୀ ବିଧାୟକଙ୍କ ସଂପୃକ୍ତି ପଦାକୁ ଆସିବ ନାହିଁ ବୋଲି ସେ ଆଶଙ୍କା କରିଛନ୍ତି।

ଡଙ୍କାରୀରୁ ଦିନକୁ ୨ କୋଟି ଟଙ୍କା ଲୁଟ୍ ହେଉଛି ବୋଲି କହି ପୂର୍ବରୁ ସରକାରଙ୍କ ଉପରେ ବୋମା ପକାଇଥିବା ଦାମ ଆଜି କହିଛନ୍ତି, “ଚଢ଼ଉ ପରେ ବିଧାୟକ ଓ ଅନ୍ୟ ପ୍ରଭାବଶାଳୀଙ୍କ ସଂପୃକ୍ତିର ତଥ୍ୟ ପଦାକୁ ଆସିବ ନାହିଁ।”

ତେବେ ଦାମଙ୍କ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଜେଡି ମୁଖପାତ୍ର ପ୍ରସଙ୍ଗଠାରୁ ଦୂରରେ ରହିବାକୁ ଚେଷ୍ଟା କରିଛନ୍ତି।

https://youtu.be/XMAqL016Woo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos