ଦିବଂଗତ କୋଭିଡ୍ ଯୋଦ୍ଧାଙ୍କୁ କୋଟିଏ ଟଙ୍କା, ଆପତ୍ତି ଉଠାଇଲା ରାଜ୍ୟ

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ବିରୁଦ୍ଧରେ ଆଗଧାଡ଼ିରେ ରହି ଲଢ଼େଇ କରୁଥିବା କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ କୁମ୍ଭୀରକାନ୍ଦଣା ପଦାରେ ପଡ଼ିଛି। ନିଜ ଜୀବନକୁ ବାଜି ଲଗାଇ କୋଭିଡ୍ ନିୟନ୍ତ୍ରଣ କାର୍ଯ୍ୟରେ ମୁତୟନ ହୋଇ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଏକ କୋଟି ଟଙ୍କାର କ୍ଷତିପୂରଣ ମିଳିବା ଉପରେ ଏବେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ମୃତ କୋଭିଡ୍ ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରେ କ୍ଷତିପୂରଣ ମିଳିବାରେ ବିଳମ୍ବ ହେଉଥିବାରୁ ରାଜ୍ୟ […]

corona

corona

Manoranjan Sial
  • Published: Friday, 09 October 2020
  • Updated: 09 October 2020, 08:08 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ବିରୁଦ୍ଧରେ ଆଗଧାଡ଼ିରେ ରହି ଲଢ଼େଇ କରୁଥିବା କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ କୁମ୍ଭୀରକାନ୍ଦଣା ପଦାରେ ପଡ଼ିଛି। ନିଜ ଜୀବନକୁ ବାଜି ଲଗାଇ କୋଭିଡ୍ ନିୟନ୍ତ୍ରଣ କାର୍ଯ୍ୟରେ ମୁତୟନ ହୋଇ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଏକ କୋଟି ଟଙ୍କାର କ୍ଷତିପୂରଣ ମିଳିବା ଉପରେ ଏବେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ମୃତ କୋଭିଡ୍ ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରେ କ୍ଷତିପୂରଣ ମିଳିବାରେ ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ଅନୁକମ୍ପା ରାଶି ଦେବାକୁ ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ କହିଛନ୍ତି। ମାତ୍ର ଏଥିପାଇଁ ଯେଉଁ ସର୍ତ୍ତ ରାଜ୍ୟ ସରକାର ରଖିଛନ୍ତି ତାହା କରୋନା ମହାମାରୀ ବିରୁଦ୍ଧରେ ଲଢ଼େଇ କରୁଥିବା ସରକାରୀ କର୍ମଚାରୀ(କୋଭିଡ୍ ଯୋଦ୍ଧା)ଙ୍କ ପ୍ରତି ଉପହାସ ଓ ମନୋବଳକୁ ହ୍ରାସ କରିବା ସଦୃଶ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୭ତାରିଖରେ ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିବା ଅବସରରେ ଶହୀଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରେ ବୀମା କ୍ଷତିପୂରଣ ରାଶି ମିଳିନଥିବା ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ୬୦ଜଣ କୋଭିଡ୍ ଯୋଦ୍ଧାଙ୍କ ବୀମା କ୍ଷତିପୂରଣ ଦାବି କରିଥିବାବେଳେ କେବଳ ଜଣେ ଯୋଦ୍ଧାଙ୍କୁ ସହାୟତା ଦେବାକୁ କେନ୍ଦ୍ର ସରକାର ସମ୍ମତି ଜଣାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ସୂଚନାର ୨୪ଘଣ୍ଟା ନପୁରୁଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରି ପ୍ରାଣ ହରାଇଥିବା କୋଭିଡ୍ ଯୋଦ୍ଧାମାନଙ୍କୁ ରାଜ୍ୟ ସରକାର ଏପ୍ରିଲ ୨୨ତାରିଖ ସର୍କୁଲାର ଅନୁସାରେ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମଆରଏଫ)ରୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଜିଲ୍ଲାପାଳମାନେ ଏହି କୋଭିଡ୍ ଯୋଦ୍ଧାମାନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ଦାବିକୁ ତୁରନ୍ତ ସମାଧାନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଗତକାଲିର ନିର୍ଦ୍ଦେଶନାମାରେ କହିଛି ଯେ, ଯେହେତୁ ଏହି କୋଭିଡ୍ ଯୋଦ୍ଧାଙ୍କ କ୍ଷତିପୂରଣ ଏବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଡ଼ିରହିଛି, ତେଣୁ ଡବଲ ପେମେଣ୍ଟକୁ ଏଡ଼ାଇବା ପାଇଁ ମୃତ କୋଭିଡ୍ ଯୋଦ୍ଧାଙ୍କ ଉତ୍ତରାଧିକାରୀଙ୍କୁ ଏକ ଲିଖିତ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ଯଦି ସେମାନେ ଭବିଷ୍ୟତରେ କେନ୍ଦ୍ର ସରକାରଙ୍କଠୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପାଇବେ ତା’ହେଲେ ରାଜ୍ୟ ସରକାରଙ୍କଠୁ ପାଇବାକୁ ଥିବା ଅନୁକମ୍ପା ରାଶି ଫେରସ୍ତ କରିବେ।

ତେବେ ପ୍ରଶ୍ନ ଉଠୁଛି, କୋଭିଡ୍ ମହାମାରୀରେ ଯେଉଁ କୋଭିଡ୍ ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠୁ ୫୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିଲେ ଅସୁବିଧା କେଉଁଠି? କୋଭିଡ୍ ଯୋଦ୍ଧାଙ୍କୁ ଶହୀଦର ମାନ୍ୟତା ଦେବାର ବାହାସ୍ଫୋଟ ନେଉଥିବା ରାଜ୍ୟ ସରକାର ସେମାନଙ୍କ ପରିବାରକୁ ଯଦି କେନ୍ଦ୍ର ସରକାରରୁ ଅଧିକ ୫୦ଲକ୍ଷ ଟଙ୍କା ମିଳିବ ତାକୁ ନେଇ କାହିଁକି ଆପତ୍ତି ଉଠାଉଛନ୍ତି ଓ ଫେରସ୍ତ କରିବା ପାଇଁ ଅଣ୍ଡରଟେକିଂ ଲେଖିବାର ପ୍ରାବଧାନ କାହିଁକି ରଖିଛନ୍ତି? କୋଭିଡ୍ ଯୋଦ୍ଧାଙ୍କ ବୀମା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରିମିୟମ ରାଶି ବହନ କରିବ। ଏଥିରେ ରାଜ୍ୟ ସରକାର ଟଙ୍କାଟିଏ ବି ଦେବାକୁ ପଡ଼ୁ ନଥିବାବେଳେ ଦିବଂଗତ କୋଭିଡ୍ ଯୋଦ୍ଧାଙ୍କ ପରିବାର ଯଦି ବୀମା କ୍ଷତିପୂରଣ ରାଶି ପାଇଲେ ରାଜ୍ୟ ସରକାର କାହିଁକି ଆପତ୍ତି କରୁଛି। ରାଜ୍ୟ ସରକାର ନିଜେ ନିଜର ଉତ୍ତରଦାୟିତ୍ୱ ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ଜୁଲାଇ ୨୦ତାରିଖର ସର୍କୁଲାରକୁ ଆଧାର କରି ଦିବଂଗତ କୋଭିଡ୍ ଯୋଦ୍ଧାଙ୍କୁ ୫୦ଲକ୍ଷ ଟଙ୍କା ଦେବାକୁ ପଛଘୁଂଚା ଦେଉଛନ୍ତି କାହିଁକି? ମୃତ କୋଭିଡ୍ ଯୋଦ୍ଧାମାନଙ୍କର ଜୀବନ ଓ ଅବଦାନକୁ କ’ଣ ରାଜ୍ୟ ସରକାର ଟଙ୍କାରେ ଆକଳନ କରିବାକୁ ଚାହୁଁଛନ୍ତି। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଏ ପର୍ଯ୍ୟନ୍ତ ୮୬୨ କୋଟି ଟଙ୍କା ଦାନ ମିଳିଛି। ସେଥିରୁ ଦିବଂଗତ କୋଭିଡ୍‌ ଯୋଦ୍ଧାଙ୍କୁ ସହାୟତା ଦେଲେ କ୍ଷତି କଣ?

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଏପ୍ରିଲ ୩ତାରିଖରେ ଜାତୀୟ ଏନଏଚଏମ୍ ମିଶନ ନିର୍ଦ୍ଦେଶିକା ବନ୍ଦନା ଗୁରନାନୀ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ଏନଏଚଏମ୍ ନିର୍ଦ୍ଦେଶିକାଙ୍କୁ ପଠାଇଥିବା ଗାଇଡଲାଇନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ମୃତ କୋଭିଡ୍ ଯୋଦ୍ଧାମାନଙ୍କର ଉତ୍ତରାଧିକାରୀ ସମସ୍ତ ଦସ୍ତାବିଜ ସହ ସମ୍ପୃକ୍ତ କର୍ମଚାରୀ ଚାକିରି କରିଥିବା ରାଜ୍ୟ ସରକାରଙ୍କ ସଂସ୍ଥାକୁ ପଠାଇବେ,ଯାହାକୁ ସମ୍ପୃକ୍ତ ସଂସ୍ଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ପଠାଇବ ଓ ସେ ହିଁ ବୀମା କ୍ଷତିପୂରଣ ପାଇଁ ‘ଦି ନ୍ୟୁଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ’ କୁ ପଠାଇବେ। ଏବେସୁଦ୍ଧା ରାଜ୍ୟ ସରକାର ୪୭ଜଣଙ୍କ ମୃତ କୋଭିଡ୍ ଯୋଦ୍ଧାଙ୍କ ଦସ୍ତାବିଜ ପଠାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେସୁଦ୍ଧା ୩୪ଜଣ ପୁଲିସ୍ କର୍ମଚାରୀଙ୍କ ସମେତ ମୋଟ ୬୭ଜଣ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି। କୋଭିଡ୍ ଯୋଦ୍ଧାମାନଙ୍କୁ ଶହୀଦର ମାନ୍ୟତା ଓ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୧ ତାରିଖରେ ନିଜଆଡ଼ୁ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story