ସଇତାନ ସାବତ ବାପା; ନାବାଳିକା ଝିଅ ଉପରେ ପକାଇଲା ଲୋଲୁପ ନଜର

ବଲାଙ୍ଗୀର(ମନୋରଞ୍ଜନ ଯୋଶୀ): ସଇତାନ ସାଜିଲା ସାବତ ବାପା । ସାବତ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା ସାବତ ବାପା । ଏଭଳି ଏକ  ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ । ମହାଦେବପାଲି ଗାଁର ଭାଗବତ ବେହେରା ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାକୁ ବିବାହ କରିଛନ୍ତି । ପୂର୍ବ ସ୍ୱାମୀ ଔରସରୁ ଜନ୍ମ ନେଇଥିବା ୧୩ ବର୍ଷର ଝିଅ ମଧ୍ୟ ସାବତ ବାପା ସହିତ ରହୁଛି । ଗତକାଲି […]

Stop Rape

Stop Rape

Niharika Rout
  • Published: Wednesday, 01 December 2021
  • Updated: 01 December 2021, 08:35 AM IST

Sports

Latest News

ବଲାଙ୍ଗୀର(ମନୋରଞ୍ଜନ ଯୋଶୀ): ସଇତାନ ସାଜିଲା ସାବତ ବାପା । ସାବତ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା ସାବତ ବାପା । ଏଭଳି ଏକ  ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ ।

ମହାଦେବପାଲି ଗାଁର ଭାଗବତ ବେହେରା ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାକୁ ବିବାହ କରିଛନ୍ତି । ପୂର୍ବ ସ୍ୱାମୀ ଔରସରୁ ଜନ୍ମ ନେଇଥିବା ୧୩ ବର୍ଷର ଝିଅ ମଧ୍ୟ ସାବତ ବାପା ସହିତ ରହୁଛି । ଗତକାଲି ନାବାଳିକା ଝିଅ ସାବତ ବାପା ସହିତ ଜଂଗଲକୁ କାଠ ଆଣିବାକୁ ଯାଇଥିଲା। ଏହି ସମୟରେ ଆଉ କେହି ନ ଥିବା ଦେଖି ସଇତାନ ହେଇଯାଇଥିଲା ସାବତ ବାପା ଭାଗବତ ବେହେରା । ନାବାଳିକା ଝିଅକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।

ଝିଅର ଚିତ୍କାର ଶୁଣି ଜଂଗଲକୁ ଆସିଥିବା କାଳୀଝରଣ ଗାଁର କିଛି ଲୋକ ତାକୁ ଉଦ୍ଧାର କରିଥିଲେ ।  ସାବତ ବାପା ଭାଗବତକୁ କାବୁ କରି ପୁଇଁନ୍ତଲା ଥାନାରେ ଜିମା ଦେଇଥିଲେ ସ୍ଥାନୀୟ ଲୋକେ । ପୁଇଁନ୍ତଲା ପୋଲିସ ମାମଲା ରୁଜୁ କରି ଗତକାଲି ସଇତାନ ସାବତ ବାପାକୁ ଗିରଫ କରିଛି ।

ଆଜି ମେଡିକାଲ ପରୀକ୍ଷା ପରେ ଭାଗବତକୁ କୋର୍ଟଚାଲାଣ କରାଯିବ । ଏଭଳି ଏକ ଲଜ୍ଜା ଜନକ କାଣ୍ଡ ଘଟାଇ, ବାପା-ଝିଅର ପବିତ୍ର ସଂପର୍କକୁ କଳୁଷିତ କରିଥିବା ଅଭିଯୁକ୍ତଙ୍କୁ କଠୋର ସଜା ଦେବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos