ପଲ୍ୟୁସନ୍ ଯାଞ୍ଚ ବାଧ୍ୟତାମୂଳକ କଲା ଏସ୍ଟିଏ
ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଗାଡ଼ି କାଗଜପତ୍ର ଅବଧିକୁ ପୁଣି ବଢ଼ାଇଲେ ରାଜ୍ୟ ସରକାର। RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢ଼ିଲା। ଡିସେମ୍ବର ୩୧ ଯାଏଁ ଅବଧି ବଢ଼ାଯାଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ବୋଲି STA ସ୍ପଷ୍ଟ କରିଛି। ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି ସରିଥିଲେ କରାଇନେବାକୁ ପରାମର୍ଶ ଦିଆଯାଇଛି।
ପ୍ରଥମେ କେନ୍ଦ୍ର ସରକାର ୪ର୍ଥ ଥର ପାଇଁ ଗାଡି କାଗଜପତ୍ର ଅବଧିକୁ ବୃଦ୍ଧି କରାଇଛନ୍ତି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ ଥିବା ବୈଧତାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇଛନ୍ତି।
STA extends the validity of RC, DL, LL, Permits, Fitness till 31.12.2020. PUC certificate must be obtained in time to avoid penal action.@CTOdisha pic.twitter.com/Hi924v5AXA
— STA Odisha (@STAOdisha) August 24, 2020
ତେବେ ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଫିଟ୍ନେସ୍, ପରମିଟ୍(ସମସ୍ତ ପ୍ରକାରର), ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ କିମ୍ବା ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍ସ୍ର ଅବଧି କେନ୍ଦ୍ର ବଢାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୨୦, ଫେବୃଆରୀ ୧ରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସ୍ପେପଟେମ୍ବର ୩୦ ତାରିଖ ଯାଏ ବୈଧ ରହିବ କୁହାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।