ହେଲମେଟ୍‌ ପିନ୍ଧି କାର ଚଲାଅ, ନଚେତ୍‌ ଫାଇନ୍‌ !

ଭୁବନେଶ୍ୱର/କଟକ (ଓଡ଼ିଶା ରିପୋର୍ଟର):ନିୟମ କଡ଼ାକଡ଼ି ହେବା ପରଠୁ ଟ୍ରାଫିକକୁ ନେଇ ସବୁଠି ଚର୍ଚ୍ଚା। ପୁଲିସ ହାବୁଡ଼ରେ ନ ପଡ଼ିଲେ ଘରକୁ ଇ-ଚାଲାଣ ଆସୁଛି। ମୋଟା ଅଙ୍କର ଫାଇନ୍ ପଡ଼ୁଛି। ହେଲେ ରାଜ୍ୟର ସହରରୁ ଆସୁଥିବା ଚିତ୍ର ସବୁ ଦେଖିଲେ ଲାଗୁଛି ଏବେ ବି ଅନେକ ସୁଧୁରିବାକୁ ନାରାଜ। ସେପଟେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପରିବହନ ବିଭାଗ କାର୍ ଚାଳକଙ୍କୁ ହେଲମେଟ୍ ଫାଇନ୍ କରିବା ଘଟଣା ବି ଚର୍ଚ୍ଚା ସୃଷ୍ଟି କରିଛି। କଟକ, ରାଉରକେଲା ହେଉ […]

pp

pp

Tapas Behera
  • Published: Monday, 02 December 2019
  • Updated: 02 December 2019, 08:35 PM IST

Sports

Latest News

ଭୁବନେଶ୍ୱର/କଟକ (ଓଡ଼ିଶା ରିପୋର୍ଟର):ନିୟମ କଡ଼ାକଡ଼ି ହେବା ପରଠୁ ଟ୍ରାଫିକକୁ ନେଇ ସବୁଠି ଚର୍ଚ୍ଚା। ପୁଲିସ ହାବୁଡ଼ରେ ନ ପଡ଼ିଲେ ଘରକୁ ଇ-ଚାଲାଣ ଆସୁଛି। ମୋଟା ଅଙ୍କର ଫାଇନ୍ ପଡ଼ୁଛି। ହେଲେ ରାଜ୍ୟର ସହରରୁ ଆସୁଥିବା ଚିତ୍ର ସବୁ ଦେଖିଲେ ଲାଗୁଛି ଏବେ ବି ଅନେକ ସୁଧୁରିବାକୁ ନାରାଜ। ସେପଟେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପରିବହନ ବିଭାଗ କାର୍ ଚାଳକଙ୍କୁ ହେଲମେଟ୍ ଫାଇନ୍ କରିବା ଘଟଣା ବି ଚର୍ଚ୍ଚା ସୃଷ୍ଟି କରିଛି।

କଟକ, ରାଉରକେଲା ହେଉ କି ବ୍ରହ୍ମପୁର ଅବା ସମ୍ବଲପୁର। ଏ ସବୁ ଦୃଶ୍ୟ ଦେଖିଲେ ଲାଗୁଛି ସୁଧୁରିବା ମୁସ୍କିଲ। ନିଜ ଜୀବନକୁ ବିପଦରେ ପକେଇ ଫାଇନ୍‌ରୁ ବର୍ତ୍ତିବାକୁ କିଏ ସାପ କଟିଂ କରି ପାର୍ ମାରୁଛି, ତ’ କିଏ ନାନା ଫେର କରୁଛି। ଭୁବନେଶ୍ୱରରେ ଗତ ଦୁଇ ଦିନ ଭିତରେ ଏଭଳି ୯୫ ଜଣଙ୍କ ପାଖକୁ ଚାଲାଣ ଗଲାଣି। ଏପଟେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପରିବହନ ବିଭାଗ ପାଖରୁ ବି ଆସୁଛି ଅଜବ ଚାଲାଣ। କଟକରେ ବରିଷ୍ଠ ସାମ୍ବାଦିକ ତପନ ମିଶ୍ରଙ୍କ ଝିଅ ତପଜା ମିଶ୍ରଙ୍କ କାର୍ ନମ୍ବରରେ ଆସିଛି ବିନା ହେଲମେଟ୍‌ରେ ମୋଟର ସାଇକେଲ୍ ଚଳାଇବା ଅପରାଧରେ ଇ-ଚାଲାଣ। ତେବେ ସବୁଠୁ ବଡ଼ କଥା ହେଲା ଯେଉଁଦିନ ଚାଲାଣ କଟା ହୋଇଛି ସେଦିନ ତାଙ୍କ କାର୍ ହିଁ ଘରୁ ବାହାରି ନଥିବା ଅଭିଯୋଗ କରିଛନ୍ତି ତପନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos