ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭିନ୍ନ ଜାତିରେ ଭଲ ପାଉଥିଲେ ବୋଲି ପରିବାର ଲୋକେ ରାଜି ହେଲେନି! ଶେଷ ନିଷ୍ପତ୍ତି ନେଲା ଝିଅ। ଘରେ କେହି ନଥିବା ବେଳେ ଝୁଲିପଡ଼ିଲେ। ଆଜି ଏପରି ଘଟଣା ବଲାଙ୍ଗିର ସଦର ଥାନା ଉପରଉଡା ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
କୁଶଙ୍ଗ କଲେଜରେ + ୩ ପ୍ରଥମ ବର୍ଷରେ ପଢ଼ୁଥିବା ଶିବାନୀ ଭୋଇ ଜଣ ଯୁବକଙ୍କୁ ପ୍ରେମ କରୁଥିଲେ। ଭିନ୍ନ ଜାତିରେ ହୋଇଥିବାରୁ ଶିବାନୀଙ୍କ ପରିବାର ଲୋକ ରାଜି ହୋଇନଥିଲେ! ସମ୍ପୃକ୍ତ ଯୁବକଙ୍କ ସହିତ କଥା ନହେବା ପାଇଁ ତାଗିଦ୍ କରିଥିଲେ। ୬ ମାସ ତଳେ ଶିବାନୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଶିବାନୀ କିଛି ବଟିକା ଖାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।
ଶିବାନୀ ସୁସ୍ଥ ହେବା ପରେ ପ୍ରତିଦିନ କଲେଜ ଯାଉଥିଲେ ଓ କ୍ଲାସ୍ କରୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ଘରେ କେହି ନଥିବା ସମୟରେ ବେକରେ ଧୋତି ଗୋଡ଼ାଇ ଫ୍ୟାନ୍ରେ ଝୁଲି ପଡିଥିଲେ ଶିବାନୀ। ପରିବାର ଲୋକେ ତାଙ୍କୁ ଓହ୍ଲାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।