ବିଜୁ କାର୍ଡ ବଣ୍ଟନକୁ ନେଇ ତୁମୁଳ କାଣ୍ଡ, ବିଜେଡି ଏମ୍‌ପିଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଉଥିବା ବିଜେଡି ଏମ୍‌ପି ମୁନ୍ନା ଖାଁଙ୍କୁ ଆଜି ଛାତ୍ର କଂଗ୍ରେସ କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି ଛାତ୍ର କଂଗ୍ରେସ କର୍ମୀ ମୁନ୍ନା ଖାଁଙ୍କ  ଗାଡ଼ି ଉପରକୁ ଆଜି ଅଣ୍ଡା ମାଡ଼ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି।  ଆଜି ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗରେ ଘଟିଯାଇଛି ଏପରି ତୁମୁଳ କାଣ୍ଡ। ।    ଏହାକୁ ନେଇ ୨ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍‌ ସ୍ଥିତି […]

car

car

Niharika Rout
  • Published: Thursday, 16 December 2021
  • Updated: 16 December 2021, 01:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଉଥିବା ବିଜେଡି ଏମ୍‌ପି ମୁନ୍ନା ଖାଁଙ୍କୁ ଆଜି ଛାତ୍ର କଂଗ୍ରେସ କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି ଛାତ୍ର କଂଗ୍ରେସ କର୍ମୀ ମୁନ୍ନା ଖାଁଙ୍କ  ଗାଡ଼ି ଉପରକୁ ଆଜି ଅଣ୍ଡା ମାଡ଼ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି।  ଆଜି ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗରେ ଘଟିଯାଇଛି ଏପରି ତୁମୁଳ କାଣ୍ଡ। ।    ଏହାକୁ ନେଇ ୨ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍‌ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି।

ଆଜି ସାଂସଦ ମୁନ୍ନା ଖାଁ ଓ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ BSKY(ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) କାର୍ଡ ବାଣ୍ଟିବାକୁ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗକୁ ଯାଇଥିଲେ। ମାତ୍ର ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା  ସତ୍ତ୍ୱେ ବେସରକାରୀ ଭାବେ ଚାଲିଥିବାରୁ  ବିରୋଧ କରିଥିଲା ଛାତ୍ର କଂଗ୍ରେସ। କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ଡକା ଯାଇନଥିବା ଅଭିଯୋଗ କରିଥିଲେ। ଏପରିକି କେହି ବି ସରକାରୀ ଅଧିକାରୀ ନ ଥିବା ବେଳେ କିପରି କାର୍ଡ ବଣ୍ଟନ କରାଯାଉଛି ବୋଲି ପ୍ରଶ୍ନ ପଚାରିଛନ୍ତି ଛାତ୍ର କଂଗ୍ରେସ କର୍ମୀ।

ଏପରିକି ଉତ୍ତ୍ୟକ୍ତ ହୋଇ  ସାଂସଦ ଓ ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିବା ଟେକାପଥର ଫୋପାଡ଼ିଥିଲେ କଂଗ୍ରେସ କର୍ମୀ । । ବିରୋଧ ପ୍ରଦର୍ଶନ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ବିଜେଡି କର୍ମୀଙ୍କ ଆକ୍ରମଣରେ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଜଣାଯାଇଛି। ଏପରିକି ପୁଲିସ୍‌ ଛିଡ଼ା ହୋଇ ସବୁ ଦେଖିଥିଲେ ବି କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ ନେଇ ଉଠିଛି ପ୍ରଶ୍ନ ।

ବିଜେଡି କର୍ମୀଙ୍କ ଏପରି ଗୁଣ୍ଡାରାଜକୁ କଂଗ୍ରେସ ନେତା ସୁର ରାଉତରାୟ ତୀବ୍ର ବିରୋଧ କରିଛନ୍ତି।  ସମ୍ପୃକ୍ତ ଅଞ୍ଚଳର ଏମପି, ଏମଲଏଙ୍କ ଜରିଆରେ ସ୍ମାର୍ଟ କାର୍ଡ ବଣ୍ଟନ କର। ନଚେତ ଲୋକ ଏହାକୁ ବରଦାସ୍ତ କରିବେ ନାହିଁ।

ଏନେଇ ଜଣେ ଛାତ୍ର କଂଗ୍ରେସ ନେତା କହିଛନ୍ତି, ଭୁବନେଶ୍ୱର ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ବଣ୍ଟନ କରାଯାଉଥିଲା। ଏହା ଏକ ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ତାହାକୁ ଦଳୀୟ ଭାବେ କରାଯାଉଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ, ସାଂସଦ, ବିଡିଓ ସବକଲେକ୍ଟର ଉପସ୍ଥିତ ରହିବା କଥା। ହେଲେ କେହି ବି ଉପସ୍ଥିତ ନାହାନ୍ତି। କେବଳ ସାଂସଦ ମୁନା ଖାଁ ଓ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ  ଉପସ୍ଥିତ ଥିଲେ।

ଛାତ୍ର  କଂଗ୍ରେସ ତରଫରୁ ଏହାକୁ ପ୍ରତିବାଦ କରାଯାଇ ସେମାନଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଛି।  ପୁଲିସ୍‌ ଉପସ୍ଥିତିରେ ବିଜୁ ଗୁଣ୍ଡା ବାହିନୀ ଛାତ୍ର କଂଗ୍ରେସ କର୍ମୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇଛନ୍ତି।  ପୁଲିସ୍‌ ଦେଖି ନ ଦେଖିଲା ପରି ଅଭିନୟ କରୁଛି । ଫଳରେ ଆଜି ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos