କ୍ରିକେଟ୍‌ ଖେଳୁଥିବା ବେଳେ କାନମୂଳିରେ ବାଜିଲା ବଲ୍‌, ଚାଲିଗଲା ମେଡିକାଲ୍‌ ଛାତ୍ରଙ୍କ ଜୀବନ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କ୍ରିକେଟ ଖେଳୁଥିବା ବେଳେ କାନରେ ବାଜିଲା ବଲ୍‌। ଫଳରେ ଜଣେ ମେଡିକାଲ ଛାତ୍ରଙ୍କର ଆଜି ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ବ୍ରହ୍ମପୁର ଲାଞ୍ଜିପଲି ଅଞ୍ଚଳରେ ଘଟିଛି। ମୃତ ଛାତ୍ର ବିଶ୍ୱଭୂଷଣ ସାହୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜର ଏମ୍‌ବିବିଏସ୍‌ର ଦ୍ୱିତୀୟ ବର୍ଷ ଛାତ୍ର। ବ୍ରହ୍ମପୁର ଲାଞ୍ଜିପଲି ଅଞ୍ଚଳର ଲିଙ୍ଗରାଜ ସାହୁଙ୍କ ପୁଅ ବିଶ୍ୱଭୂଷଣ କିଛି ଦିନ ତଳେ ଘରକୁ ଆସିଥିଲେ। ଆଜି ସକାଳେ ସେ ଏମ୍‌କେସିଜି ମେଡ଼ିକାଲ […]

death

death

Manoranjan Sial
  • Published: Friday, 15 November 2019
  • Updated: 15 November 2019, 10:54 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କ୍ରିକେଟ ଖେଳୁଥିବା ବେଳେ କାନରେ ବାଜିଲା ବଲ୍‌। ଫଳରେ ଜଣେ ମେଡିକାଲ ଛାତ୍ରଙ୍କର ଆଜି ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ବ୍ରହ୍ମପୁର ଲାଞ୍ଜିପଲି ଅଞ୍ଚଳରେ ଘଟିଛି। ମୃତ ଛାତ୍ର ବିଶ୍ୱଭୂଷଣ ସାହୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜର ଏମ୍‌ବିବିଏସ୍‌ର ଦ୍ୱିତୀୟ ବର୍ଷ ଛାତ୍ର।

ବ୍ରହ୍ମପୁର ଲାଞ୍ଜିପଲି ଅଞ୍ଚଳର ଲିଙ୍ଗରାଜ ସାହୁଙ୍କ ପୁଅ ବିଶ୍ୱଭୂଷଣ କିଛି ଦିନ ତଳେ ଘରକୁ ଆସିଥିଲେ। ଆଜି ସକାଳେ ସେ ଏମ୍‌କେସିଜି ମେଡ଼ିକାଲ ପଡ଼ିଆରେ ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳୁଥିଲେ। ବ୍ୟାଟିଂ କରୁଥିବା ବେଳେ ବଲ୍‌ଟି ବିଶ୍ୱଭୂଷଣଙ୍କ କାନମୂଳିରେ ବାଜିଥିଲା। ଫଳରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏମ୍‌କେସିଜି ଫାଣ୍ଡି ପୁଲିସ ମୃତ ଡାକ୍ତରୀ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ମୃତ୍ୟୁରେ ପରିବାର ସଦସ୍ୟ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos