ନାଗ ସାପ ସହ ଷ୍ଟଣ୍ଟ ଭିଡିଓ ପାଇଁ ମିଳୁଥିଲା ୫୦ରୁ ୨ହଜାର ପର୍ଯ୍ୟନ୍ତ ଟଙ୍କା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ୍‌ ମିଡିଆରେ ନାଗ ସାପ ସହ ଷ୍ଟଣ୍ଟ ମାମଲାରେ ଗିରଫ ହୋଇଛନ୍ତି ସ୍ଥାନୀୟ ଯୁବକ ରୋହିତ ମେହର। ବରଗଡ଼ ବନ ବିଭାଗ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି। ତେବେ ନାଗ ସହ ଷ୍ଟଣ୍ଟ ସିନ୍‌ ପାଇଁ ଅନ୍‌ଲାଇନ୍‌ରେ ଟଙ୍କା ପେମେଣ୍ଟ ହେଉଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଯାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଚକିତ ହୋଇଛନ୍ତି। ନାଗ ସହ ଗୋଟିଏ ସପ୍ତାହର ଷ୍ଟଣ୍ଟ ଭିଡିଓ ପାଇଁ ଅନ୍‌ଲାଇନ୍‌ରେ ଆସିଥିଲା ଟଙ୍କା। ଅଶୋକ […]

forest-deptt-arrests-a-man-for-shooting-and-posting-a-video-of-girls-doing-stunts-with-a-cobra

Manoranjan Sial
  • Published: Saturday, 20 July 2019
  • , Updated: 20 July 2019, 06:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ୍‌ ମିଡିଆରେ ନାଗ ସାପ ସହ ଷ୍ଟଣ୍ଟ ମାମଲାରେ ଗିରଫ ହୋଇଛନ୍ତି ସ୍ଥାନୀୟ ଯୁବକ ରୋହିତ ମେହର। ବରଗଡ଼ ବନ ବିଭାଗ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି। ତେବେ ନାଗ ସହ ଷ୍ଟଣ୍ଟ ସିନ୍‌ ପାଇଁ ଅନ୍‌ଲାଇନ୍‌ରେ ଟଙ୍କା ପେମେଣ୍ଟ ହେଉଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଯାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଚକିତ ହୋଇଛନ୍ତି।

ନାଗ ସହ ଗୋଟିଏ ସପ୍ତାହର ଷ୍ଟଣ୍ଟ ଭିଡିଓ ପାଇଁ ଅନ୍‌ଲାଇନ୍‌ରେ ଆସିଥିଲା ଟଙ୍କା। ଅଶୋକ ମେହେର ନାମକ ବ୍ୟକ୍ତିଙ୍କ ମେଲ୍‌ରେ ଏହି ଟଙ୍କା ପେମେଣ୍ଟ ହୋଇଛି। ନାଗ ସାପ ସହ ଷ୍ଟଣ୍ଟ ଭିଡିଓ ପାଇଁ ୫୦ ଟଙ୍କାରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଭିଡିଓ ବାବଦକୁ ପେମେଣ୍ଟ ଦିଆଯାଇଛି। ଜୁଲାଇ ୮ତାରିଖରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଗୋଟିଏ ସପ୍ତାହରେ ୮ ହଜାର ଟଙ୍କା ପେମେଣ୍ଟ ହୋଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ରୋହିତ ମେହେର ସହ ଅଶୋକ ମେହେରଙ୍କ ଲିଙ୍କ୍ କଣ? ଏହି ରାକେଟ୍‌ରେ କେବଳ ରୋହିତ ନା ଅନ୍ୟ କେହି ଅଛନ୍ତି? କ୍ରାଇମବ୍ରାଞ୍ଚର ଓ୍ୱାଇଲଡ୍ ଲାଇଫ୍ ଓ୍ୱିଙ୍ଗ ଜରିଆରେ ଏହାର ଯାଞ୍ଚ କରିବାକୁ ଖୋର୍ଦ୍ଧା ଅନରାରୀ ଓ୍ୱାଇଲଡ ଲାଇଫ୍ ଓ୍ୱାର୍ଡନ ଦାବି କରିଛନ୍ତି। ଏପଟେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଜରୁରୀ ବୋଲି ପୂର୍ବତନ ପୁଲିସ ଡିଜି ମତ ଦେଇଛନ୍ତି।

ସେପଟେ ନାଗ ସାପ ସହ ଷ୍ଟଣ୍ଟ ଭିଡିଓ ଘଟଣାର ତଦନ୍ତ ଆହୁରି ଆଗକୁ ଯିବ ବୋଲି ବରଗଡ ଏସିଏଫ୍ କହିଛନ୍ତି। ୭ ବର୍ଷରୁ ଆରମ୍ଭ କରି ୨୪ ବର୍ଷର କେତେଜଣ ଝିଅ ଓ କିଛି ଯୁବକ ସ୍କାନରରେ ଅଛନ୍ତି। ଦରକାର ପଡ଼ିଲେ ସେମାନଙ୍କୁ ଏବାବଦରେ ପଚରା ଉଚରା କରାଯିବ। ସୋଶାଲ୍‌ ମିଡିଆ ଲିଙ୍କ ଥିବାରୁ ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରି ଦିଆଯାଇପାରେ ବୋଲି ଏସିଏଫ୍ ଏସ୍‌. ଚମ୍ପତ୍ତିରାୟ କହିଛନ୍ତି।

Related story