ସୂଚନା ଓ ଲୋକ ସମ୍ପର୍କ ବିଭାଗ ବୈଠକ: ଗଣମାଧ୍ୟମ ପାଇଁ ନୂଆ ବିଜ୍ଞାପନ ପଲିସି

ଭୁବନେଶ୍ୱର: ସଚିବାଳୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବୈଠକ ଚାଲିଛି । ଏଥିରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସଚି ନାୟକ ଓ ସଚିବମାନେ ଯୋଗଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗଣମାଧ୍ୟମ ପାଇଁ ନୂଆ ବିଜ୍ଞାପନ ପଲିସି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଉଭୟ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ପାଇଁ ହେବ ନୂଆ ବିଜ୍ଞାପନ ପଲିସି । ଏହାସହ […]

Naveen-Patyak

Naveen-Patyak

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 08:12 AM IST

Sports

Latest News

ଭୁବନେଶ୍ୱର: ସଚିବାଳୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବୈଠକ ଚାଲିଛି । ଏଥିରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସଚି ନାୟକ ଓ ସଚିବମାନେ ଯୋଗଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗଣମାଧ୍ୟମ ପାଇଁ ନୂଆ ବିଜ୍ଞାପନ ପଲିସି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଉଭୟ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ପାଇଁ ହେବ ନୂଆ ବିଜ୍ଞାପନ ପଲିସି । ଏହାସହ ସୋସିଆଲ ମିଡିଆକୁ ଅଧିକ ଉପଯୋଗ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ଏଣିକି ଅନଲାଇନରେ ଆରଟିଆଇ ଆବେଦନ କରାଯାଇପାରିବ । ସାମ୍ବାଦିକ କଲ୍ୟାଣ ପାଣ୍ଡିକୁ ଅଧିକ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିରୁ ଅଧିକରୁ ଅଧିକ ସାମ୍ବାଦିକ ଯେମିତି ସୁବିଧା ପାଇ ପାରିବେ ତାହାର ବ୍ୟବସ୍ଥା କରାଯିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos