ସମ୍‌ ହସପିଟାଲ ମାଲିକଙ୍କ ଗିରଫ ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ସିପିଏମ୍‌ର ବିକ୍ଷୋଭ

ଭୁବନେଶ୍ୱର: ସମ୍‌ ହସପିଟାଲ ଅଗ୍ନିକାଣ୍ଡ ଘଟଣାରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକଙ୍କ ବାସଭବନ ଆଗରେ ସିପିଏମ୍‌ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସମ୍‌ ହସପିଟାଲ ମାଲିକ ମନୋଜ ନାୟକଙ୍କୁ ଗିରଫ କରିବା ସହ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦଳ  ଦାବି କରିଛି।