ଅପହୃତ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଦିଲ୍ଲୀ ପୋଲିସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଅପହୃତ ହୋଇଥିବା ଓଡ଼ିଆ ଯୁବକ ଉଦ୍ଧାର କରାଯାଇଛି। ଅପହରଣର ୩ ମାସ ପରେ ଉଦ୍ଧାର କରିଛି ଦିଲ୍ଲୀ ପୋଲିସ୍। ଯୁବକ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍କରପାଲିର ଗଣେଶ ସଲିମା। ପତ୍ନୀ ମଂଜୁଙ୍କ ସହ ଗତ ମାର୍ଚ୍ଚ ୨୭ ତାରିଖରେ ଉଭୟ ବୈଷ୍ଣୋଦେବୀ ବୁଲିବାକୁ ଯାଇଥିଲେ। ଏପ୍ରିଲ ୩ ତାରିଖରେ ପୁରଣାଦିଲ୍ଲୀ ଷ୍ଟେସନରୁ  ଦୁର୍ବୃତ୍ତ ଗାଡିରେ ଆସି ଗଣେଶଙ୍କୁ ଅପହରଣ କରି ନେଇଥିଲେ।  ଏନେଇ ମଂଜୁ ପୁରୁଣା ଦିଲ୍ଲୀ ଥାନାରେ ଏତଲା ପରେ ମଧ୍ୟ […]

delhi,,,

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 01:12 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଅପହୃତ ହୋଇଥିବା ଓଡ଼ିଆ ଯୁବକ ଉଦ୍ଧାର କରାଯାଇଛି। ଅପହରଣର ୩ ମାସ ପରେ ଉଦ୍ଧାର କରିଛି ଦିଲ୍ଲୀ ପୋଲିସ୍। ଯୁବକ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍କରପାଲିର ଗଣେଶ ସଲିମା।

ପତ୍ନୀ ମଂଜୁଙ୍କ ସହ ଗତ ମାର୍ଚ୍ଚ ୨୭ ତାରିଖରେ ଉଭୟ ବୈଷ୍ଣୋଦେବୀ ବୁଲିବାକୁ ଯାଇଥିଲେ। ଏପ୍ରିଲ ୩ ତାରିଖରେ ପୁରଣାଦିଲ୍ଲୀ ଷ୍ଟେସନରୁ  ଦୁର୍ବୃତ୍ତ ଗାଡିରେ ଆସି ଗଣେଶଙ୍କୁ ଅପହରଣ କରି ନେଇଥିଲେ।  ଏନେଇ ମଂଜୁ ପୁରୁଣା ଦିଲ୍ଲୀ ଥାନାରେ ଏତଲା ପରେ ମଧ୍ୟ ପୋଲିସ ଶୁଣିନଥିଲା। ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଗୁହାରୀ କରିଥିଲେ । ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଅପହୃତ ଗଣେଶଙ୍କୁ ହରିୟାଣା କୁରୁକ୍ଷେତ୍ର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ୍।  ଗଣେଶଙ୍କୁ ଅପହରଣକାରୀ କେବଳ ଖାଇବାକୁ ଦେଇ ବିନା ପାରିଶ୍ରମିକରେ ବିଲରେ କାମ କରାଉଥିଲେ। ଗଣେଶ ସୁଯୋଗ ପାଇ ଅନ୍ୟ ଜଣେ ଶ୍ରମିକର ଫୋନରୁ ଘରକୁ ଫୋନ୍ କରିଥିଲା। ଏହି ଫୋନ୍ ନମ୍ବରକୁ ଟ୍ରାକ୍ କରି ଗତକାଲି ଗଣେଶକୁ ଉଦ୍ଧାର  କରାଯାଇଛି।

Related story