ହାର୍ଡକୋର ମାଓବାଦୀ ଗିରଫ: ଲ୍ୟାଣ୍ଡ ମାଇନ୍‌ ଖଞ୍ଜି ଉଡ଼େଇଥିଲା ଯବାନଙ୍କ ଗାଡ଼ି

କୋରାପୁଟ: କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ଜଣେ ହାର୍ଡକୋର ମାଓବାଦୀ ଆଜି ଗିରଫ ହୋଇଛି। କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ ମଦାବି ମାଣ୍ଡି। ଘର ଛତିଶଗଡ଼ ଦାନ୍ତେୱାଡ଼ାରେ ବୋଲି ଜଣାପଡ଼ିଛି। ଫେବୃଆରୀ ୧ରେ ଆସିଷ୍ଟାଣ୍ଡ ଡ୍ରାଇଭର ତାଲିମ ପାଇଁ ୧୩ ଜଣ ଯବାନ ସ୍ୱତନ୍ତ୍ର ଗାଡ଼ିରେ କୋରାପୁଟରୁ ଭୁବନେଶ୍ୱର ଆସୁଥିଲେ। ଏନ୍‌ଏଚ୍‌-୨୬ର ମୁଙ୍ଗାରଭୂମୀ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିବାରୁ ଘଟଣାସ୍ଥଳରେ ୭ ଜଣ ସହିଦ୍‌ ହୋଇଥିଲେ। ଡାକ୍ତରଖାନାରେ ଅନ୍ୟ ଜଣେ ସହିଦ୍‌ […]

sunki (1)

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 04:36 PM IST

କୋରାପୁଟ: କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ଜଣେ ହାର୍ଡକୋର ମାଓବାଦୀ ଆଜି ଗିରଫ ହୋଇଛି। କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ ମଦାବି ମାଣ୍ଡି। ଘର ଛତିଶଗଡ଼ ଦାନ୍ତେୱାଡ଼ାରେ ବୋଲି ଜଣାପଡ଼ିଛି।

ଫେବୃଆରୀ ୧ରେ ଆସିଷ୍ଟାଣ୍ଡ ଡ୍ରାଇଭର ତାଲିମ ପାଇଁ ୧୩ ଜଣ ଯବାନ ସ୍ୱତନ୍ତ୍ର ଗାଡ଼ିରେ କୋରାପୁଟରୁ ଭୁବନେଶ୍ୱର ଆସୁଥିଲେ। ଏନ୍‌ଏଚ୍‌-୨୬ର ମୁଙ୍ଗାରଭୂମୀ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିବାରୁ ଘଟଣାସ୍ଥଳରେ ୭ ଜଣ ସହିଦ୍‌ ହୋଇଥିଲେ। ଡାକ୍ତରଖାନାରେ ଅନ୍ୟ ଜଣେ ସହିଦ୍‌ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର କ୍ରାଇମ୍‌ ବ୍ରାଦନ୍ତ କରୁଥିବା ବେଳେ ମଦାବି ଜଡ଼ିତ ଥିବା ଜଣିପାରିଥିଲା।

Related story