ସୁପରସୋନିକ୍‌ ବ୍ରହ୍ମୋସ ସଫଳ : ରେଞ୍ଜ ୨୯୦ କିମି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଆଜି ପୂର୍ବାହ୍ନ ୧୦ଟା ୨୦ମିନିଟ ସମୟରେ ସୁପରସୋନିକ ଦୂରଗାମୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। । ଏହି କ୍ଷେପଣାସ୍ତ୍ରରେ ଭାରତୀୟ କ୍ଷେପଣ ପଦ୍ଧତି, ଏୟାରଫ୍ରେମ, ଇନ୍ଧନ ଯୋଗାଣ ତଥା ଅନ୍ୟାନ୍ୟ ପ୍ରମୁଖ ସ୍ୱଦେଶୀ ସରଞ୍ଜାମ ଓ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ଡିଆରଡିଓ ଏବଂ ବ୍ରହ୍ମୋସ ଏରୋସ୍ପେସ ଦ୍ୱାରା ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । […]

65rcc-1

65rcc-1

Tapas Behera
  • Published: Monday, 30 September 2019
  • Updated: 30 September 2019, 06:49 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଆଜି ପୂର୍ବାହ୍ନ ୧୦ଟା ୨୦ମିନିଟ ସମୟରେ ସୁପରସୋନିକ ଦୂରଗାମୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। । ଏହି କ୍ଷେପଣାସ୍ତ୍ରରେ ଭାରତୀୟ କ୍ଷେପଣ ପଦ୍ଧତି, ଏୟାରଫ୍ରେମ, ଇନ୍ଧନ ଯୋଗାଣ ତଥା ଅନ୍ୟାନ୍ୟ ପ୍ରମୁଖ ସ୍ୱଦେଶୀ ସରଞ୍ଜାମ ଓ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ଡିଆରଡିଓ ଏବଂ ବ୍ରହ୍ମୋସ ଏରୋସ୍ପେସ ଦ୍ୱାରା ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା ।

୨୯୦ କିମି ରେଞ୍ଜରେ ଏହା ନିଜର ସମ୍ପୂର୍ଣ୍ଣ ଲକ୍ଷ୍ୟଭେଦ କ୍ଷମତା ହାସଲ କରିଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ସରଞ୍ଜାମ ଉପଯୋଗ କରାଯାଇ ଏହି ଦୁର୍ଭେଦ୍ୟ କ୍ଷେପଣାସ୍ତ୍ର ବିକଶିତ ହୋଇଛି । ଫଳରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତା ଆହୁରି ସୁଦୃଢ଼ ହୋଇଛି। ଏହା ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ମେକ ଇନ ଇଣ୍ଡିଆ ଅଭିଯାନକୁ ମଧ୍ୟ ପ୍ରୋତ୍ସାହିତ କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବ୍ରହ୍ମୋସର ସଫଳ ପରୀକ୍ଷଣ ଲାଗି ଡିଆରଡିଓ, ବ୍ରହ୍ମୋସ ଏବଂ ଏଥିରେ ଯୋଗଦାନ ଦେଇଥିବା ଉଦ୍ୟୋଗ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜୀ. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ରହ୍ମୋସ ମହାନିର୍ଦ୍ଦେଶକ ଡ. ସୁଧୀର କୁମାର ମିଶ୍ର, ଡିଆରଡିଏଲ ନିର୍ଦ୍ଦେଶକ ଡ. ଦଶରଥ ରାମ ଏବଂ ଆଇଟିଆର ନିର୍ଦ୍ଦେଶକ ଡ. ବିକେ ଦାସ ପରୀକ୍ଷଣ ସ୍ଥଳରେ ଉପସ୍ଥିତ ଥିଲେ । ଭାରତର ମେକ୍‌ ଇନ ଇଣ୍ଡିଆ କ୍ଷମତା ବୃଦ୍ଧି ଦିଗରେ ଏହା ଏକ ଐତିହାସିକ ଉପଲବ୍ଧି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଭାରତ ଓ ରୁଷ ଦ୍ୱାରା ମିଳିତ ଭାବେ ବିକଶିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତୀୟ ସଶସ୍ତ୍ର ସେନାବାହିନୀର ସମସ୍ତ ତିନୋଟି ସେବାରେ ଉପଯୋଗ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos