ଅନ୍ଧବିଶ୍ୱାସ ଉଜାଡୁଛି ଘର ସଂସାର: ୪ ବର୍ଷରେ ଗଞ୍ଜାମରେ ୧୩ ମାମଲା

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଉଜୁଡ଼ି ଯାଉଛି ଅନେକ ପରିବାର। ଥରେ ଯଦି ଗୁଣି ଗାରେଡ଼ି ଅଭିଯୋଗର ଛାପ ଲାଗିଲା, ବର୍ଷ ପରେ ବର୍ଷ ଭୋଗିବାକୁ ପଡୁଛି ନର୍କ ଯନ୍ତ୍ରଣା। ଏପରିକି ଗାଁ ଛାଡ଼ିବାକୁ ପଡ଼ୁଛି ନିର୍ଯାତିତଙ୍କୁ। ହେଲେ ଏପର୍ଯ୍ୟନ୍ତ ଗାଁକୁ ଫେରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ରୁ ଏଯାଏଁ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ ଓ କୋଦଳା […]

sssss

sssss

Manoranjan Sial
  • Published: Monday, 07 October 2019
  • Updated: 07 October 2019, 09:57 PM IST

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଉଜୁଡ଼ି ଯାଉଛି ଅନେକ ପରିବାର। ଥରେ ଯଦି ଗୁଣି ଗାରେଡ଼ି ଅଭିଯୋଗର ଛାପ ଲାଗିଲା, ବର୍ଷ ପରେ ବର୍ଷ ଭୋଗିବାକୁ ପଡୁଛି ନର୍କ ଯନ୍ତ୍ରଣା। ଏପରିକି ଗାଁ ଛାଡ଼ିବାକୁ ପଡ଼ୁଛି ନିର୍ଯାତିତଙ୍କୁ। ହେଲେ ଏପର୍ଯ୍ୟନ୍ତ ଗାଁକୁ ଫେରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ରୁ ଏଯାଏଁ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ ଓ କୋଦଳା ଥାନାରେ। ଅଧିକାଂଶ କ୍ଷେତ୍ରରେ ନିର୍ଯାତିତ ଆଉ ନିଜ ଭିଟାମାଟିକୁ ଫେରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି।

କୋଦଳା ବ୍ଲକ ଫାସିପଡ଼ା ଗାଁର ଭୀମ ନାହାକ। ଏବେ ଗାଁକୁ ଫେରିବା ପାଇଁ ଆକୁଳ ନିବେଦନ କରୁଛନ୍ତି। ଆଠ ବର୍ଷ ତଳେ ଗୁଣି ଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଗାଁ ଲୋକେ ତାଙ୍କର ୬ଟି ଦାନ୍ତ ଭାଙ୍ଗିବା ସହିତ ବିଷ୍ଠା ଖୁଆଇବା ପରି ଅକଥନୀୟ ନିର୍ଯାତନା ଦେଇଥିଲେ। ଏପରିକି ୫ ଲକ୍ଷ ଟଙ୍କା ଜୋରିମାନା କରିଥିଲେ। ଶେଷରେ ଗାଁରୁ ଭୀମ ନାହାକ ଓ ତାଙ୍କ ପରିବାରକୁ ତଡ଼ି ଦେଲେ। ମାସ ମାସ ଧରି ବସ୍‌ଷ୍ଟାଣ୍ଡ ଓ ଦୋକାନ ପିଣ୍ଡାରେ ଜୀବନ ବିତାଇବା ପରେ ଖଲ୍ଲିକୋଟରେ ଆଶ୍ରୟ ନେଇଛନ୍ତି ଭୀମ ଭାଇ। ଏପରିକି ତାଙ୍କ ଭାଇ ସୁଦାମ ମଧ୍ୟ ଗାଁ ଲୋକଙ୍କ ନିର୍ଯାତନାର ଶିକାର ହେବା ପରେ ଭିଟାମାଟି ଛାଡ଼ିଛନ୍ତି। ଏବେ ଭିଟାମାଟିକୁ ଫେରିଯିବା ପାଇଁ ପରିବାରର ବହୁତ ଇଚ୍ଛା। କିନ୍ତୁ ଗାଁଲୋକଙ୍କ ଡରରେ ଫେରିପାରୁ ନାହାନ୍ତି ଭୀମ ଓ ତାଙ୍କ ଭଇ ସୁଦାମ।

ସମାନ ଦଶା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୋବରଲୁଣ୍ଡି ଗାଁର ବାୟା ନାୟକଙ୍କ ପରିବାର। ଗାଁର ୨ ଜଣ ପକ୍ଷାଘାତରେ ଆକ୍ରାନ୍ତ ହେବାପରେ ବାୟାଙ୍କ ସ୍ତ୍ରୀ ସଜନୀଙ୍କ ବିରୋଧରେ ଗୁଣିଗାରେଡ଼ି ଅଭିଯୋଗ ଆଣି ପୂରା ପରିବାରକୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏପରିକି ବିଷ୍ଠା ଖୁଆଇଥିଲେ ଗାଁ ଲୋକେ। ୮ ଲକ୍ଷ ଟଙ୍କା ଜୋରିମାନା କରିଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ କିଛି ଲୋକଙ୍କୁ ଗିରଫ ସିନା କଲା, ହେଲେ ଜୀବନ ଭୟରେ ଆଉ ଗାଁକୁ ଫେରି ପାରିନାହାନ୍ତି ନିର୍ଯାତନାରେ ଶିକାର ହୋଇଥିବା ସଜନୀଙ୍କ ପରିବାର।

କିଛିଦିନ ତଳେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁର ଗାଁରେ ୬ ଜଣଙ୍କୁ ଏଭଳି ନିର୍ଯାତନା ଦେଇଥିଲେ ଗାଁ ଲୋକେ।

ପୁଲିସ୍‌ର ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ୨୦୧୬ରୁ ଏଯାଏଁ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ ଓ କୋଦଳା ଥାନାରେ।

ପୀଡ଼ିତମାନେ ଯଦି ଗାଁକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସହାୟତା ଦିଆଯିବ ବୋଲି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story