ଜଳେଶପଟା ଓ ଚକାପାଦ ଆଶ୍ରମରେ ପାଳିତ ହେଲା ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ

ଫୁଲବାଣୀ (ତ୍ରିନାଥ ସାହୁ): କଡ଼ା ସୁରକ୍ଷା ମଧ୍ୟରେ ଆଜି କନ୍ଧମାଳ ଜିଲ୍ଲାର ଜଳେଶପଟା ଓ ଚକାପାଦ ଆଶ୍ରମରେ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। କୋଭିଡ୍‌ କଟକଣା ଭିତରେ ଆଶ୍ରମ ପରିଚାଳକ, କର୍ମଚାରୀ, ଅନ୍ତେବାସୀ ଓ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଗହଣରେ ଚକାପାଦ ଏବଂ ଜଳେଶପଟା ଆଶ୍ରମରେ ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ଯେଉଁଥିପାଇଁ ଦୁଇ ଆଶ୍ରମ ଚଳଚଞ୍ଚଳ ହୋଇଉଠିଥିଲା। ସମସ୍ତେ ମାସ୍କ ପରିଧାନ କରି ଓ ସାମାଜିକ ଦୂରତା ବଜାୟ ରଖି ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ […]

swami-laxmanananda-death-anniversary

swami-laxmanananda-death-anniversary

Manoranjan Sial
  • Published: Monday, 30 August 2021
  • Updated: 30 August 2021, 08:37 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): କଡ଼ା ସୁରକ୍ଷା ମଧ୍ୟରେ ଆଜି କନ୍ଧମାଳ ଜିଲ୍ଲାର ଜଳେଶପଟା ଓ ଚକାପାଦ ଆଶ୍ରମରେ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। କୋଭିଡ୍‌ କଟକଣା ଭିତରେ ଆଶ୍ରମ ପରିଚାଳକ, କର୍ମଚାରୀ, ଅନ୍ତେବାସୀ ଓ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଗହଣରେ ଚକାପାଦ ଏବଂ ଜଳେଶପଟା ଆଶ୍ରମରେ ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ଯେଉଁଥିପାଇଁ ଦୁଇ ଆଶ୍ରମ ଚଳଚଞ୍ଚଳ ହୋଇଉଠିଥିଲା। ସମସ୍ତେ ମାସ୍କ ପରିଧାନ କରି ଓ ସାମାଜିକ ଦୂରତା ବଜାୟ ରଖି ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଚକାପାଦ ଆଶ୍ରମର ଉତ୍ତରାଧିକାରୀ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯଜ୍ଞ ହୋଇଥିଲା। ଯଜ୍ଞ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା। ପରେ ସ୍ୱାମୀଜୀଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ଆଶ୍ରମ ପରିଚାଳକ ସଚ୍ଚିଦାନନ୍ଦ ସରସ୍ୱତୀ ମହାରାଜ କହିଥିଲେ, ସ୍ୱାମୀଜୀଙ୍କ ବଳିଦାନ ବ୍ୟର୍ଥ ନଯାଉ। ହିନ୍ଦୁମାନେ ଏକୁଜୁଟ ହୋଇ ବିଧର୍ମୀମାନଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଯାଇଛି ବୋଲି ସେ କହିଥିଲେ। ସରସ୍ୱତୀ ମହାରାଜ ଆହୁରି କହିଥିଲେ, ଆଶ୍ରମ ପରିଚାଳନା କରୁଥିବା ବେଳେ ସ୍ୱାମୀଜୀ ତାଙ୍କ ଜୀବନରେ ବହୁତ ଭଲ କାମ କରିବା ସହିତ ସମସ୍ତଙ୍କୁ ଗୋ’ରକ୍ଷା ଓ ଭଲ କାମ କରିବାକୁ ଉପଦେଶ ଦେଉଥିଲେ ବୋଲି କହିଥିଲେ।

ସେହିପରି ଆଜି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସମେତ ବିଭିନ୍ନ ବ୍ଲକରେ RSS ଏବଂ BHP ପକ୍ଷରୁ ମିଳିତ ଭାବେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ହୋଇଯାଇଛି। ତେବେ ବିଗତ ଦିନର ଘଟଣାକୁ ଦୃଷ୍ଟିରେ ରଖି ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଯେଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ, ସେଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଦୁଇଟି ଆଶ୍ରମ ସହିତ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହିତ ଆଶ୍ରମରେ ୪ ସେକ୍ସନ ପୁଲିସ ମୁତୟନ କରାଯାଇଛି। ଯେକୌଣସି ଅପ୍ରୀତିକର ଘଟଣାକୁ ଏଡ଼େଇବା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କନ୍ଧମାଳ ଅତିରିକ୍ତ ଏସ୍‌ପି ବିପିନ ବିହାରୀ ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos