ମାଡାମ କରିଥିଲେ ୨ ଲକ୍ଷ ଟଙ୍କା ଜରିମାନା, ବିଧାୟକ କଲେ ପଚାଶ ହଜାର !

ବ୍ରହ୍ମପୁର(ଜଗନ୍ନାଥ ସାହୁ):ମୋରମ ଚାଲାଣକୁ ନେଇ ତହସିଲଦାରଙ୍କ ସହ ଜଣେ ବ୍ୟକ୍ତିଙ୍କ ଟକରାଟକରି ଭିଡିଓ ଭାଇରାଲ ହେବାରେ ଲାଗିଛି। ସମ୍ପୃକ୍ତ ମୋରମ ଚାଲାଣକାରୀଙ୍କ ସହ ପାଟିତୁଣ୍ଡ ବେଳେ ଜଣେ ବିଧାୟକଙ୍କ ନାଁ ମଧ୍ୟ ନିଆଯାଉଛି। ମୋରମ ଚାଲାଣକୁ ନେଇ କୁଆଡେ ୨ଲକ୍ଷ ଟଙ୍କା ଜରିମାନା କରିଥିଲେ ତହସିଲଦାର। ହେଲେ ବିଧାୟକ ଆସି ହସ୍ତକ୍ଷେପ କରିବା ପରେ ଜରିମାନା ଆଦାୟ ରାଶି କମା ଯାଇ ୫୦ ହଜାର ଟଙ୍କା କରାଯାଇଥିବା କୁହାଯାଉଛି। ମୋରମ ଚାଲାଣକାରୀଙ୍କ ଉପରେ ପାଟି କରି  ଏକଥାକୁ […]

7bnm

7bnm

Tapas Behera
  • Published: Monday, 16 November 2020
  • Updated: 17 November 2020, 01:31 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ):ମୋରମ ଚାଲାଣକୁ ନେଇ ତହସିଲଦାରଙ୍କ ସହ ଜଣେ ବ୍ୟକ୍ତିଙ୍କ ଟକରାଟକରି ଭିଡିଓ ଭାଇରାଲ ହେବାରେ ଲାଗିଛି। ସମ୍ପୃକ୍ତ ମୋରମ ଚାଲାଣକାରୀଙ୍କ ସହ ପାଟିତୁଣ୍ଡ ବେଳେ ଜଣେ ବିଧାୟକଙ୍କ ନାଁ ମଧ୍ୟ ନିଆଯାଉଛି। ମୋରମ ଚାଲାଣକୁ ନେଇ କୁଆଡେ ୨ଲକ୍ଷ ଟଙ୍କା ଜରିମାନା କରିଥିଲେ ତହସିଲଦାର। ହେଲେ ବିଧାୟକ ଆସି ହସ୍ତକ୍ଷେପ କରିବା ପରେ ଜରିମାନା ଆଦାୟ ରାଶି କମା ଯାଇ ୫୦ ହଜାର ଟଙ୍କା କରାଯାଇଥିବା କୁହାଯାଉଛି। ମୋରମ ଚାଲାଣକାରୀଙ୍କ ଉପରେ ପାଟି କରି  ଏକଥାକୁ ନିଜେ ତହସିଲଦାର କହୁଥିବା ଶୁଣିବାକୁ ମିଳୁଛି। ଜରିମାନା ୨ ଲକ୍ଷ ଟଙ୍କା ହୋଇଥିବା ବେଳେ ସମ୍ପୃକ୍ତ ମୋରମ ଚାଲାଣକାରୀଙ୍କ ପକ୍ଷ ନେଇ ବିଧାୟକ ଏହାର ପରିମାଣ କମାଇବା ପାଇଁ କହିଥିବା ତହସିଲଦାର ଉକ୍ତ ଭିଡିଓରେ କହୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି କିଏ ଏହି ବିଧାୟକ ? ଯାହାଙ୍କ କୁକୁଡାଖଣ୍ଡି ଅଂଚଳରେ ଏତେ କାଟତି ? ଯିଏ ସରକାରଙ୍କ ଜରିମାନା ନିୟମକୁ ବି କୋହଳ କରାଇଦେଲେ। ଯେଉଁ ନିୟମରେ ୨ଲକ୍ଷ ଟଙ୍କା ଜରିମାନା ପଡୁଥିଲା, ସେଠି କରାଇଦେଲେ ୫୦ ହଜାର ଟଙ୍କା। ନା ଏହା ଭିତରେ  ଆଉ କିଛି ଗୁମର ରହିଛି ? ତାକୁ ନେଇ ଉଠିଛି ସନ୍ଦେହ। ସୂଚନାଯୋଗ୍ୟ କୁକୁଡାଖଣ୍ଡି ଅଂଚଳର କିଛି ଅଂଶ ଗୋପାଳପୁର ଓ ଦିଗପହଣ୍ଡି ଉଭୟ ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି।

 

ପଢ଼ନ୍ତୁ : ଲାଞ୍ଚ ନେବା ବେଳେ ଧରାପଡିଗଲେ ତହସିଲଦାର

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos