ଗଛରେ ପିଟି ହୋଇ ଓଲଟି ପଡ଼ିଲା ଟ୍ୟାଙ୍କର; ୨ ଆହତ

Ordigital Desk
  • Published: Friday, 01 December 2017
  • , Updated: 01 December 2017, 10:00 AM IST
<p>ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅର୍ନ୍ତଗତ ଦେବଦୋଳା ନିକଟରେ କଷ୍ଟିକ ସୋଡ଼ା ନେଇ ଆସୁଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଓଲଟି ପଡ଼ିବାରୁ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଟ୍ୟାଙ୍କର ଡ୍ରାଇଭର ଓ ହେଲପର।</p> <p>ଟ୍ୟାଙ୍କରଟି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ରାୟଗଡ଼ା ଜିଲ୍ଲାର ଜେ.କେ କାଗଜ କଳକୁ ଆସୁଥିଲା। ୩୨୬ ନମ୍ବର ଜାତୀୟ ରାଜପଥର ଦେବଦଳାଠାରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ରାସ୍ତାକଡ଼ରେ ଥିବା ଏକ ଦୋକାନ ଘର ଉପରେ ଓଲଟି ପଡ଼ିଥିଲା।&nbsp; ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ସ୍ଥିତି ଉପରେ ନଜର ରଖିଛି।</p>

Related story