ଥାନାରେ ତପସ୍ୱିନୀଙ୍କ ଗୁହାରୀ; ‘ ମୋ ସ୍ୱାମୀଙ୍କୁ କାଲିଠୁ ପାଉନି, ଖୋଜି ଆଣ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଉଜୁଡ଼ା ସଂସାରକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇବାକୁ କୋର୍ଟ ଦେଲେ ୭ ଦିନ ସମୟ। ଇତି ମଧ୍ୟରେ ସ୍ୱାମୀସ୍ତ୍ରୀ ଏକ ସଙ୍ଗେ ଏକ ଛାତ ତଳେ ରହିଲେ। ହେଲେ ୭ ଦିନ ସରୁ ସରୁ ସ୍ତ୍ରୀ ଆଖି ଆଗରୁ ଫେରାର ହୋଇଗଲେ  ଡାକ୍ତର ସ୍ୱାମୀ। ଗତକାଲିଠୁ ସ୍ୱାମୀଙ୍କ ବାଟକୁ ଅନାଇ ବସିଥିବା ତପସ୍ୱିନୀ ଦାଶ ଆଜି ଆସିକା ଥାନାରେ ନିଜ ଗୁହାରୀ ଜଣାଇଛନ୍ତି। ସ୍ୱାମୀ ଡ. ସୁମିତ ସାହୁ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲି […]

tapawini das

tapawini das

Niharika Rout
  • Published: Saturday, 11 December 2021
  • Updated: 11 December 2021, 02:49 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଉଜୁଡ଼ା ସଂସାରକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇବାକୁ କୋର୍ଟ ଦେଲେ ୭ ଦିନ ସମୟ। ଇତି ମଧ୍ୟରେ ସ୍ୱାମୀସ୍ତ୍ରୀ ଏକ ସଙ୍ଗେ ଏକ ଛାତ ତଳେ ରହିଲେ। ହେଲେ ୭ ଦିନ ସରୁ ସରୁ ସ୍ତ୍ରୀ ଆଖି ଆଗରୁ ଫେରାର ହୋଇଗଲେ  ଡାକ୍ତର ସ୍ୱାମୀ। ଗତକାଲିଠୁ ସ୍ୱାମୀଙ୍କ ବାଟକୁ ଅନାଇ ବସିଥିବା ତପସ୍ୱିନୀ ଦାଶ ଆଜି ଆସିକା ଥାନାରେ ନିଜ ଗୁହାରୀ ଜଣାଇଛନ୍ତି। ସ୍ୱାମୀ ଡ. ସୁମିତ ସାହୁ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲି ଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ତପସ୍ୱିନୀ।

କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ପହରା ଭିତରେ ଗତ ୭ ଦିନ ହେଲା ଆସିକା ଚିନିକଳ ଗେଷ୍ଟ ହାଉସ୍‌ରେ ସ୍ୱାମୀଙ୍କ ସହ ରହୁଥିଲେ ତପସ୍ୱିନୀ।  ହେଲେ ଗତକାଲିଠୁ ସ୍ୱାମୀ କିଛି ନ ଜଣାଇ ଏକ ସ୍କୁଟିରେ କେଉଁଆଡ଼େ ଚାଲି ଯାଇଥିବା କହିଥିଲେ ତପସ୍ୱିନୀ । ଏପରିକି ରାତି ସାରା ସ୍ୱାମୀଙ୍କ ଫେରିବା ବାଟକୁ ତପସ୍ୱିନୀ ଅନାଇ ରହିଥିଲେ ବି ସେ ଫେରି ନ ଥିଲେ। ଶେଷରେ ନିରାଶ ହୋଇ ଆଜି ଏ ସମ୍ପର୍କରେ ଆସିକା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଗତକାଲିଠୁ ସ୍ୱାମୀଙ୍କୁ ପାଉନଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।

ଏନେଇ ତପସ୍ୱିନୀ କହିଛନ୍ତି,  ଯଦି ମୋ ସ୍ୱାମୀ ଅସୁସ୍ଥ ଥିବାର ବାହାନା ଦେଖାଉଛନ୍ତି, ତେବେ ଜଣେ ଅସୁସ୍ଥ ବ୍ୟକ୍ତି ଧାଇଁ ଧାଇଁ କିପରି ସ୍କୁଟିରେ ବସି ଫେରାର ହୋଇପାରିବ । ଏହା ପୂର୍ବ ଯୋଜନା । ସେ ୭ ଦିନ ଭିତରେ ଫେରାର ହୋଇ ଯାଇଥାନ୍ତେ। ହେଲେ ଗୋଟିଏ ଫୋନ୍‌ ଟ୍ରାକ୍‌ରେ ଥିବାରୁ ଆଉ ଗୋଟିଏ ଫୋନ୍‌ରେ ସେ କଥା ହେଉଥିଲେ। ୭ ଦିନ ଭିତରେ ଫେରାର ହୋଇଥିଲେ ଅନ୍ୟମାନଙ୍କ ଯୋଗାଯୋଗରେ ଥିବା ସ୍ପଷ୍ଟ ହୋଇଥାନ୍ତା।  ତେଣୁ ଯେବେ ୭ ଦିନ ଶେଷ ହେଲା ସେବେ ସେ ଫେରାର ହେବାକୁ ଯୋଜନା କଲେ ଏବଂ ଏଥିରେ ସଫଳ ବି ହେଲେ।

ଏହାବାଦ ସେ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୁଲିସ୍‌ର କଡ଼ା ପହରା ଥିଲା। ଏହାସତ୍ତ୍ୱେ ପୁଲିସ୍‌ ଆଖି ଆଗରୁ ସେ ଫେରାର ହୋଇଗଲେ। ପୁଲିସ୍‌ ଅଟକାଇ ପାରିଲା ନାହିଁ।  ଚାପ ପଡ଼ୁଛି,ଆମେ କିଛି କରୁପାରିବୁନି,ଯାହା କରିବେ ଆପଣ କରିବେ ବୋଲି ପୂର୍ବରୁ ଆସ୍କା ଆଇଆଇସି କହିଲେ । ଏହାପରେ ମୁଁ ନଜର ରଖିଥିଲି। ହେଲେ ମୁଁ ଖାଇବା ରଖି ଆସୁଆସୁ ସ୍କୁଟିରେ କାହା ସହ ପୁଲିସ୍‌ ଆଗରୁ ସେ ଖସି ପଳାଇଲେ।

ଶାରୀରିକ ଅସୁସ୍ଥତା ଓ ମାନସିକ ଦୁଶ୍ଚିନ୍ତା ଥିବାରୁ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁମିତ ଛୁଟି ଦରଖାସ୍ତ ଦେଇ ଯାଇଥିବା କହିଛନ୍ତି ତାଙ୍କ ଉପରିସ୍ଥ ଅଧିକାରୀ। ଏପରିକି ତାଙ୍କ ଫୋନ୍‌ ସୁଇଚ୍‌ ଥିବାରୁ ଯୋଗାଯୋଗ ସମ୍ମବ ହୋଇପାରୁ ନ ଥିବା ବି ସେ କହିଛନ୍ତି। ସିଡିଏମ୍‌ଓ ଫୋନ୍‌ କରି ଘଟଣା ସମ୍ପର୍କରେ ବୁଝିଥିବା ଅଧିକାରୀଜଣକ କହିଛନ୍ତି।

ଅପରପକ୍ଷେ, ସୁମିତଙ୍କ ଫେରାର ନେଇ ତାଙ୍କ ଓକିଲ କହିଛନ୍ତି, ମୋ ମହକିଲ ଜଣେ ସରକାରୀ ଅଧିକାରୀ। ସେ କେଉଁଆଡ଼େ ଫେରାର ହୋଇନାହାନ୍ତି।  ସେ ଏବେ ବାଲିସିରାରେ ଅଛନ୍ତି। ଶରୀର ଅସୁସ୍ଥ ଯୋଗୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଶ୍ରାମ କରୁଛନ୍ତି। ୫ ଦିନ ପାଇଁ ସେ ଛୁଟି ଆବେଦନ କରିଛନ୍ତି। ଘଟଣାକୁ ଅତିରଞ୍ଜିତ କରାଯାଉଛି।

ତପସ୍ୱିନୀଙ୍କ ସହ ସୁମିତଙ୍କ ସମ୍ପର୍କକୁ ନେଇ ପଚରାଯିବାରୁ ଉଭୟ ୭ ଦିନ ଏକାଠି ରହିଥିଲେ ବି ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ। ତେଣୁ ତାଙ୍କୁ କୁଆଡ଼େ ଯିବା ସମ୍ପର୍କରେ କ’ଣ ଜଣାଇବେ ।   ଯିବା ସମ୍ପର୍କରେ ସେ ଆଇଆଇସିଙ୍କୁ ଜଣାଇଛନ୍ତି। ଏହାବାଦ ଶରୀର ଅସୁସ୍ଥ ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ତପସ୍ୱିନୀଙ୍କ ପାଇଁ ଭଡ଼ା ଘର ଖୋଜୁଥିବା କହିଛନ୍ତି ତାଙ୍କ ଓକିଲ।

ହେଲେ ସୁମିତଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନଥିବା ବେଳେ ତାଙ୍କ ଓକିଲଙ୍କ କଥାକୁ ବିଶ୍ୱାସ କରିପାରୁ ନାହାନ୍ତି ତପସ୍ୱିନୀ । ତେଣୁ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos