ତପସ୍ୱିନୀ ଘରେ ପଶିଲେ, ରାତି ଅଧରେ ଘର ଛାଡ଼ିଲେ ଶ୍ୱଶୁର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁଣି ଥରେ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଦେଖା ଦେଇଛି ଟ୍ୱିଷ୍ଟ।  ମାସାଧିକ କାଳ ଧାରଣା ଓ କୋର୍ଟରେ ଆଇନଗତ ଲଢ଼େଇ ପରେ ଗତକାଲି ରାତିରେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ପ୍ରବେଶ କଲେ। ହେଲେ ସେ ଘରେ ପଶୁ ପଶୁ ଘର ଛାଡ଼ି ରାତି ଅଧରେ ପଳାଇଲେ ଶ୍ୱଶୁର ପ୍ରମୋଦ ସାହୁ। ଏକ ଭିଡିଓ ଜାରି କରି ପ୍ରମୋଦ କହିଛନ୍ତି ଯେ ଡିମ୍ପଲ ତାଙ୍କ ଘରେ ରହିବା ନେଇ କୋର୍ଟଙ୍କ ଆଦେଶରେ କିଛି […]

tapaswini

tapaswini

Niharika Rout
  • Published: Friday, 07 January 2022
  • Updated: 07 January 2022, 11:30 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁଣି ଥରେ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଦେଖା ଦେଇଛି ଟ୍ୱିଷ୍ଟ।  ମାସାଧିକ କାଳ ଧାରଣା ଓ କୋର୍ଟରେ ଆଇନଗତ ଲଢ଼େଇ ପରେ ଗତକାଲି ରାତିରେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ପ୍ରବେଶ କଲେ। ହେଲେ ସେ ଘରେ ପଶୁ ପଶୁ ଘର ଛାଡ଼ି ରାତି ଅଧରେ ପଳାଇଲେ ଶ୍ୱଶୁର ପ୍ରମୋଦ ସାହୁ।

ଏକ ଭିଡିଓ ଜାରି କରି ପ୍ରମୋଦ କହିଛନ୍ତି ଯେ ଡିମ୍ପଲ ତାଙ୍କ ଘରେ ରହିବା ନେଇ କୋର୍ଟଙ୍କ ଆଦେଶରେ କିଛି ଦ୍ୱନ୍ଦ୍ୱ ଥିଲା। ଏନେଇ ସେ ଥାନା ଆଇଆଇସିଙ୍କୁ ଅବଗତ କରାଇଥିଲେ। ହେଲେ ଥାନା ଅଧିକାରୀ କିଛି ଶୁଣି ନଥିଲେ। ଏଣୁ ଡିମ୍ପଲଙ୍କୁ ନେଇ ନିଜକୁ ଅସୁରକ୍ଷିତ ମଣିବାରୁ ସେ ଘର ଛାଡ଼ିଛନ୍ତି।

ସେ କହିଛନ୍ତି ଯେ ପୂର୍ବରୁ ଡିମ୍ପଲ ତାଙ୍କ ବିରୋଧରେ ବିଭିନ୍ନ ମିଛ ଅଭିଯୋଗ ଆଣିଛନ୍ତି। ଯୌତୁକ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିଛନ୍ତି। ଏସବୁକୁ ଦେଖି ସେ ଘର ଛାଡ଼ିଛନ୍ତି। ହେଲେ ସେ କେଉଁଠି ରହିବେ, ତାହା ସ୍ପଷ୍ଟ କରି ନ ଥିବା ବେଳେ ଭବିଷ୍ୟତରେ ଘରକୁ ଫେରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ତପସ୍ୱିନୀ ଶ୍ୱଶୁର ଘରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଣି ଥରେ ଆରମ୍ଭ ହେଲା ହାଇଡ୍ରାମା।  ତାଲା ଖୋଲି ନ ଥିଲେ ତାଙ୍କ ଶ୍ୱଶୁର।   ତପସ୍ୱିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା ଯୁକ୍ତି ବାଢ଼ିଥିଲେ ସୁମିତଙ୍କ ଓକିଲ। କୋର୍ଟଙ୍କ ଅର୍ଡରରେ କେବଳ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଶାଶୂଘରେ ରହିବାକୁ ନିର୍ଦ୍ଦେଶ ନଥିବା ତାଙ୍କ ଓକିଲ କହିଥିଲେ।

ଏହାପରେ ପ୍ରୋଟେକ୍ସନ୍ ଅଫିସର୍, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ସୁମିତଙ୍କ ବାପା ଘରର ତାଲା ଖୋଲିଥିଲେ। ଏହା ପରେ ତପସ୍ୱିନୀ ନିଜ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ। ହେଲେ ଏହାପରେ ନିଜକୁ ଅସୁରକ୍ଷିତ ମନେ କରି ତାଙ୍କ ଶ୍ୱଶୁର ଘର ଛାଡ଼ି ଦେଇଛନ୍ତି। ଆଗକୁ ଏହି କଳି କେଉଁ ରୂପ ନେବ ତାହା ଦେଖିବାକୁ ବାକି ରହିଲା।

https://youtu.be/0Jq4piQyNSM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos