ବିଜେଡିକୁ ଭୋଟ୍‌ ନଦେବାରୁ ଯୁବକଙ୍କୁ ମାଡ଼!

ଭଦ୍ରକ (ଓଡ଼ିଶା ରିପୋର୍ଟର): ବିଜେଡିକୁ ଭୋଟ୍‌ ନଦେବାରୁ ଯୁବକଙ୍କୁ ମାଡ଼। ଏପରି ଅଭିଯୋଗ ଆସିଛି ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ଗୁଆମାଳ ପଞ୍ଚାୟତର ୩୯ନଂ ବୁଥ୍‌ରୁ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଆହତ ହୋଇଥିବା ଯୁବକ ହେଉଛନ୍ତି ସୁଶାନ୍ତ ଦାସ। ଅଭିଯୋଗ ଅନୁସାରେ ନିର୍ବାଚନ ପୂର୍ବରୁ ତାଙ୍କ ପରିବାରକୁ ବିଜେଡି ପକ୍ଷରୁ ଟଙ୍କା ଯଚା ଯାଇଥିଲା। ମାତ୍ର ସେମାନେ ଟଙ୍କା ଗ୍ରହଣ କରିନଥିଲେ। ଯାହାକୁ ନେଇ ଚିକ୍ତତା […]

Bhadrak

Bhadrak

Manoranjan Sial
  • Published: Thursday, 03 November 2022
  • Updated: 03 November 2022, 09:20 PM IST

ଭଦ୍ରକ (ଓଡ଼ିଶା ରିପୋର୍ଟର): ବିଜେଡିକୁ ଭୋଟ୍‌ ନଦେବାରୁ ଯୁବକଙ୍କୁ ମାଡ଼। ଏପରି ଅଭିଯୋଗ ଆସିଛି ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ଗୁଆମାଳ ପଞ୍ଚାୟତର ୩୯ନଂ ବୁଥ୍‌ରୁ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି।

ଆହତ ହୋଇଥିବା ଯୁବକ ହେଉଛନ୍ତି ସୁଶାନ୍ତ ଦାସ। ଅଭିଯୋଗ ଅନୁସାରେ ନିର୍ବାଚନ ପୂର୍ବରୁ ତାଙ୍କ ପରିବାରକୁ ବିଜେଡି ପକ୍ଷରୁ ଟଙ୍କା ଯଚା ଯାଇଥିଲା। ମାତ୍ର ସେମାନେ ଟଙ୍କା ଗ୍ରହଣ କରିନଥିଲେ। ଯାହାକୁ ନେଇ ଚିକ୍ତତା ଲାଗି ରହିଥିଲା। ଆଜି ସୁଶାନ୍ତ ତାଙ୍କ ମାଆଙ୍କୁ ଧରି ୩୯ ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ। ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀମାନେ ତାଙ୍କୁ ବିଜେଡିରେ ଭୋଟ୍‌ ଦେବାକୁ କହିଥିଲେ। ମାତ୍ର ସେ ଭୋଟ୍‌ ଦେବେନାହିଁ ବୋଲି କହିଥିବା ଜଣାପଡ଼ିଛି।

ପରେ ସୁଶାନ୍ତ ଭୋଟ୍‌ ଦେଇ ବୁଥ୍‌ ନିକଟସ୍ଥ ଗେଟ୍ ପାଖରେ ତାଙ୍କ ମାଆଙ୍କୁ ଅପେକ୍ଷା କରିଥିଲେ। ଠିକ୍‌ ଏହି ସମୟରେ ନାନା ବାହାନା କରି ବିଜେଡି କର୍ମୀମାନେ ତାଙ୍କୁ ସାଥୀରେ ଡାକି ନେଇଥିଲେ। କେନାଲ୍‌ ବନ୍ଧନରେ ତାଙ୍କୁ ମାଡ଼ ମାରିଥିଲେ। ଇଟାରେ ତାଙ୍କ ମୁଣ୍ଡକୁ ଛେଚିଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ବୁଥ୍‌ରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ ଭୋଟ୍‌ ଗ୍ରହଣ ବନ୍ଦ ରହିଥିଲା। ପୁଲିସ ବୁଥ୍‌ରେ ପହଞ୍ଚି ବୁଝାସୁଝା କରିବା ପରେ ମତଦାନ ଚାଲିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆକ୍ରମଣରେ ଆହତ ହୋଇଥିବା ଯୁବକଙ୍କ ସାହିରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos