ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ସହରର ଶିବ ମନ୍ଦିର ଛକରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋପାଳ ମିଶ୍ର। ତାଙ୍କ ଘର ସହରର ଗାନ୍ଧି ପଡ଼ାରେ। ଗୋପାଳ ବାଇକ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଗୋପାଳ ତଳେ ପଡ଼ିଯିବା ପରେ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଏହା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଲୋକେ ଉତ୍ତ୍ୟକ୍ତ ହୋଇ ପାଖରେ ଛିଡ଼ା ହୋଇଥିବା ୨ଟି […]

truck

truck

Jitendra Garnayak
  • Published: Saturday, 29 December 2018
  • Updated: 29 December 2018, 08:13 AM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ସହରର ଶିବ ମନ୍ଦିର ଛକରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋପାଳ ମିଶ୍ର। ତାଙ୍କ ଘର ସହରର ଗାନ୍ଧି ପଡ଼ାରେ।

ଗୋପାଳ ବାଇକ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଗୋପାଳ ତଳେ ପଡ଼ିଯିବା ପରେ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।

ଏହା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଲୋକେ ଉତ୍ତ୍ୟକ୍ତ ହୋଇ ପାଖରେ ଛିଡ଼ା ହୋଇଥିବା ୨ଟି ଟ୍ରକରେ ନିଆଁ ଲଗାଇ ରାସ୍ତାରୋକ କରିଥିଲେ।

ଏହି ସମୟରେ ପୁଲିସ୍‌ ସହିତ ଲୋକଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ରାତି ପ୍ରାୟ ଦୁଇଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା।

ଏହି ଦୁର୍ଘଟଣା ପରେ ସହରରେ ବାଇପାସ୍ ନିର୍ମାଣ ଦାବି ଜୋର ଧରିଛି। ଆଜି ରାଜ୍ୟପାଳ ବଲାଙ୍ଗିର ଗସ୍ତରେ ଆସୁଥିବା ବେଳେ ଏକ ଗୋଷ୍ଠୀ ତାଙ୍କୁ ଏନେଇ ଦାବିପତ୍ର ଦେବାକୁ ସ୍ଥିର କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos