ଶିବ ମନ୍ଦିରରେ ଜଳାଭିଷେକକୁ ନେଇ କାଉଡ଼ିଆ-ସେବାୟତ ମୁହାଁମୁହିଁ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପ ଗ୍ରାମରେ ଥିବା ଶିବ ମନ୍ଦିରରେ ଜଳାଭିଷେକକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସେବାୟତ ଓ କାଉଡିଆଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଛି । ନାମ୍ପ ଗ୍ରାମର ଶତାଧିକ ପୁରୁଷ ଓ ମହିଳା କାଉଡିଆମାନେ ନିଜ ଗ୍ରାମରେ ଥିବା ଶିବ ମନ୍ଦିରରେ ଜଳାଭିଷେକ କରିବାପାଇଁ ମନ୍ଦିରରେ ପ୍ରବେଶ କରିଥିଲେ । ମାତ୍ର ପୂଜକ ଓ ସେବାୟତ ମାନେ ଏଠି ଜଳାଭିଷେକ କରିପାରିବେ ନାହିଁ ବୋଲି ରୋକଠୋକ ମନା […]

tio

Tapas Behera
  • Published: Monday, 29 July 2019
  • , Updated: 29 July 2019, 04:54 PM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପ ଗ୍ରାମରେ ଥିବା ଶିବ ମନ୍ଦିରରେ ଜଳାଭିଷେକକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସେବାୟତ ଓ କାଉଡିଆଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଛି । ନାମ୍ପ ଗ୍ରାମର ଶତାଧିକ ପୁରୁଷ ଓ ମହିଳା କାଉଡିଆମାନେ ନିଜ ଗ୍ରାମରେ ଥିବା ଶିବ ମନ୍ଦିରରେ ଜଳାଭିଷେକ କରିବାପାଇଁ ମନ୍ଦିରରେ ପ୍ରବେଶ କରିଥିଲେ । ମାତ୍ର ପୂଜକ ଓ ସେବାୟତ ମାନେ ଏଠି ଜଳାଭିଷେକ କରିପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।

ଏହି ମନ୍ଦିର ଆମ ପୈତୃକ ସମ୍ପତ୍ତି, ଏଠି ଜଳାଭିଷେକ କରିପାରିବେ ନାହିଁ ବୋଲି କହିବାରୁ କାଉଡିଆ ମାନେ ତାଙ୍କ କଥା ନଶୁଣି ମନ୍ଦିର ଭିତରକୁ ଧସେଇ ପସିଥିଲେ ।

ଫଳରେ କାଉଡ଼ିଆ ଓ ସେବାୟତ ମଧ୍ୟରେ ଠେଲାପେଲା ହେବା ସହ ସେଠାରେ ଉତ୍ତେଜନା ଲାଗିରହିଥିଲା । ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର iic ପ୍ରଦୀପ ମାଝି, ନାମ୍ପ ଫାଣ୍ଡି ଅଧିକାରୀ ଓ ସ୍ଥାନୀୟ ଲୋକେ ପହଞ୍ଚି ଉଭୟଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି ।

Related story