ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ହଙ୍ଗାମା

ରାଉରକେଲା: ରାଉରକେଲା ହାଇଟେକ୍ ମେଡିକାଲ ଓ ହସପିଟାଲରେ ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ସଂପର୍କୀୟମାନେ ହସପିଟାଲର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାସହ ରୋଗୀମୃତ୍ୟୁ ଘଟଣାର ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି।

ରାଉରକେଲା ବିରଜାପାଲିର ଜଣେ ହୃଦରୋଗୀ ଚିକିତ୍ସା ନିମନ୍ତେ ହସପିଟାଲ ଆସିଥିଲେ।  ଟଙ୍କା ଜମା କରିବାରେ ବିଳମ୍ବ ହେବାରୁ ଡାକ୍ତର ଚିକିତ୍ସା କରିବାରେ ବିଳମ୍ବ କରିଥିବା ମୃତକଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଛି।