ଠକେଇ ଅଭିଯୋଗ: ବିଲଡର୍ ନାରାୟଣ ଛୋଟରାୟ ଗିରଫ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ବିଲଡର୍। ଗିରଫ ବିଲଡର ହେଉଛନ୍ତି ଭୁବନେଶ୍ୱରସ୍ଥିତ ଶ୍ରାବଣୀ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ଼ର ଏମଡି ନାରାୟଣ ଛୋଟରାୟ। ନାରାୟଣଙ୍କ ନାଁରେ ଠକେଇ ଅଭିଯୋଗ ଆସିବା ପରେ ଏ ନେଇ ଖୋଳତାଡ଼ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଖୋଳତାଡ଼ ସମୟରେ ନାରାୟଣଙ୍କ ନାଁରେ ପ୍ରାଥମିକ ତଦନ୍ତରୁ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ ରବିବାର ନାରାୟଣଙ୍କୁ ଭୁବନେଶ୍ୱରରୁ ଗିରଫ […]

giraf

giraf

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 01:35 PM IST

Sports

Latest News

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ବିଲଡର୍। ଗିରଫ ବିଲଡର ହେଉଛନ୍ତି ଭୁବନେଶ୍ୱରସ୍ଥିତ ଶ୍ରାବଣୀ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ଼ର ଏମଡି ନାରାୟଣ ଛୋଟରାୟ। ନାରାୟଣଙ୍କ ନାଁରେ ଠକେଇ ଅଭିଯୋଗ ଆସିବା ପରେ ଏ ନେଇ ଖୋଳତାଡ଼ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଖୋଳତାଡ଼ ସମୟରେ ନାରାୟଣଙ୍କ ନାଁରେ ପ୍ରାଥମିକ ତଦନ୍ତରୁ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ ରବିବାର ନାରାୟଣଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଠକେଇ ଓ ଅପରାଧୀକ ଷଡ଼ଯନ୍ତ୍ର ଦଫାରେ ମାମଲା ରୁଜୁ ହୋଇଛି। ନାରାୟଣଙ୍କୁ ରବିବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରହିଥିବା ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos