ଅପରାଧୀଙ୍କୁ ଗିରଫ ଓ ପୀଡ଼ିତାଙ୍କୁ କ୍ଷତିପୂରଣ ଦାବି, ବିଜେପିର ନିରବ ଧାରଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ପଶ୍ଚିମାଂଚଳ ଡିଆଇଜି ଅଫିସ୍ ଆଗରେ ବିଜେପି ପକ୍ଷରୁ ନିରବ ଧାରଣା ପ୍ରଦର୍ଶନ କରାଯାଇଛି। ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଗିରଫ କରିବା ଓ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ଦାବିରେ ବିଜେପି ଏହି ଧାରଣା ଦେଇଛି। ବୀରମିତ୍ରପୁର ଥାନା ପରିସରରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଓ ଅନ୍ୟ ୫ଜଣ ବ୍ୟକ୍ତି ଦୀର୍ଘ ୩ମାସ ଧରି ସମ୍ପୃକ୍ତ ନିରୀହ ଆଦିବାସୀ ନାବାଳିକା […]

mahiila-bjp

mahiila-bjp

Manoranjan Sial
  • Published: Friday, 17 July 2020
  • Updated: 17 July 2020, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ପଶ୍ଚିମାଂଚଳ ଡିଆଇଜି ଅଫିସ୍ ଆଗରେ ବିଜେପି ପକ୍ଷରୁ ନିରବ ଧାରଣା ପ୍ରଦର୍ଶନ କରାଯାଇଛି। ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଗିରଫ କରିବା ଓ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ଦାବିରେ ବିଜେପି ଏହି ଧାରଣା ଦେଇଛି।

ବୀରମିତ୍ରପୁର ଥାନା ପରିସରରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଓ ଅନ୍ୟ ୫ଜଣ ବ୍ୟକ୍ତି ଦୀର୍ଘ ୩ମାସ ଧରି ସମ୍ପୃକ୍ତ ନିରୀହ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରିଥିଲେ ମଧ୍ୟ ପୁଲିସ୍ ଏପର୍ଯ୍ୟନ୍ତ ଆନନ୍ଦ ମାଝୀ ଓ ଗର୍ଭପାତ କରିଥିବା ଡାକ୍ତରଙ୍କୁ ଗିରଫ କରି ଚୁପ୍ ବସିଛି। ଅନ୍ୟ ଅପରାଧୀଙ୍କୁ କେବେ ଗିରଫ କରିବ ସେ ନେଇ ପୁଲିସ୍ କିଛି କହୁନାହିଁ। ପୁଲିସର ନିରବତା ପ୍ରତିବାଦରେ ସୁନ୍ଦରଗଡ଼ (ପାନପୋଷ) ସାଙ୍ଗଠନିକ ଜିଲ୍ଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପଶ୍ଚିମାଂଚଳ ଡିଆଜି ଅଫିସ ଆଗରେ ନୀରବ ଧାରଣା ଦେଇଥିଲେ। ଏଭଳି ଅଭାବନୀୟ ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଅନ୍ୟ ଦୋଷୀଙ୍କୁ ଗିରଫ କରିବା ଏବଂ ପୀଡ଼ିତାଙ୍କୁ ୮.୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ରାଜ୍ୟ ସରକାର ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଏବଂ ପୁଲିସ ଧମକ ଦେଉଥିବାରୁ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିନିଧି ଦଳ ଦାବି କରିଛି। ପୂର୍ବରୁ ରାଜ୍ୟ ମାନବଧିକାର କମିଶନ, ପୁଲିସ ମହାନିର୍ଦ୍ଦେଶକ ଏବଂ ଜାତୀୟ ଏସଟି କମିଶନଙ୍କୁ ଭେଟି ରାଜ୍ୟ ବିଜେପି ପ୍ରତିନିଧି ଦଳ ଘଟଣାର ତଦନ୍ତ ନିରପେକ୍ଷ ଭାବେ କରି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲା।

ଏହି ନୀରବ ଧାରଣାରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା କଳ୍ପନା ଲେଙ୍କା, ବରିଷ୍ଠ ନେତ୍ରୀ ପ୍ରମିଳା ଦାସ, ସସ୍ମିତା ପାଢୀ, ସଂଯୁକ୍ତା ମିଶ୍ର ଏବଂ ରଂଜିତା କିସପଟ୍ଟା ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story