କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଓଡ଼ିଆ ଲୋକମାନେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରେ ସବୁ ବୟସର ଓ ସବୁବର୍ଗର ଜନସାଧାରଣଙ୍କ ଯୋଗଦାନ କୋଭିଡ୍ ବିରୁୂଦ୍ଧରେ ସଂଗ୍ରାମକୁ ଆହୁରି ଦୃଢ଼ କରିବା ସହ ନୈତିକ ଶକ୍ତି ଯୋଗାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିବେଦନକ୍ରମେ ଆଜି ସନ୍ଧ୍ୟାରେ ସମଗ୍ର ଓଡ଼ିଶାବାସୀ ଓ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆମାନେ ଏକାସଙ୍ଗେ […]

naveen

naveen

Manoranjan Sial
  • Published: Saturday, 30 May 2020
  • Updated: 30 May 2020, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଓଡ଼ିଆ ଲୋକମାନେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରେ ସବୁ ବୟସର ଓ ସବୁବର୍ଗର ଜନସାଧାରଣଙ୍କ ଯୋଗଦାନ କୋଭିଡ୍ ବିରୁୂଦ୍ଧରେ ସଂଗ୍ରାମକୁ ଆହୁରି ଦୃଢ଼ କରିବା ସହ ନୈତିକ ଶକ୍ତି ଯୋଗାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିବେଦନକ୍ରମେ ଆଜି ସନ୍ଧ୍ୟାରେ ସମଗ୍ର ଓଡ଼ିଶାବାସୀ ଓ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆମାନେ ଏକାସଙ୍ଗେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିଥିଲେ।

ସମସ୍ତ ରାଜନୀତିକ ଦଳ ଏହି ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶା ମାଟିର ଗୌରବ ବୃଦ୍ଧି ସହିତ ଓଡ଼ିଆ ଜାତିର ସମ୍ମାନକୁ ଶିଖରରେ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos