ଡାଆଣୀ ଭୟରେ ଗାଁ ଛାଡ଼ିଲା ପରିବାର

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବିଜ୍ଞାନ ଯେତେ ଆଗେଇଲେ ବି ପିଛା ଛାଡ଼ୁନି ଅନ୍ଧବିଶ୍ୱାସ। ଏବେବି ସମାଜରେ ଡାଆଣୀ, ପିଶାଚ ଭୟ ଲୋକଙ୍କ ମନରେ ବସା ବାନ୍ଧିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୁଣ୍ଡୁରାବାଡ଼ି ଗାଁରେ। ଡାହାଣୀ ଭୟରେ ପୂରା ଗାଁ ହୋଇପଡିଛି ଜନଶୂନ୍ୟ। ଗାଁର ୭ ପରିବାର ନିଜ ଗାଁ ଛାଡି ଅନ୍ୟ ଏକ ଗାଁ କୁ ପଳାଇଛନ୍ତି। ଏପରିକି ଗଲାବେଳେ ନିଜ ଘରର ଦୁଆର ବନ୍ଧ ଝରକା ତାଡ଼ି […]

ranapur

ranapur

Ranjit Kumar Jena
  • Published: Sunday, 07 June 2020
  • Updated: 07 June 2020, 07:24 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବିଜ୍ଞାନ ଯେତେ ଆଗେଇଲେ ବି ପିଛା ଛାଡ଼ୁନି ଅନ୍ଧବିଶ୍ୱାସ। ଏବେବି ସମାଜରେ ଡାଆଣୀ, ପିଶାଚ ଭୟ ଲୋକଙ୍କ ମନରେ ବସା ବାନ୍ଧିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୁଣ୍ଡୁରାବାଡ଼ି ଗାଁରେ।

ଡାହାଣୀ ଭୟରେ ପୂରା ଗାଁ ହୋଇପଡିଛି ଜନଶୂନ୍ୟ। ଗାଁର ୭ ପରିବାର ନିଜ ଗାଁ ଛାଡି ଅନ୍ୟ ଏକ ଗାଁ କୁ ପଳାଇଛନ୍ତି। ଏପରିକି ଗଲାବେଳେ ନିଜ ଘରର ଦୁଆର ବନ୍ଧ ଝରକା ତାଡ଼ି ଚାଲିଯାଇଛନ୍ତି। ଗୁଣ୍ଡୁରାବାଡି ଗାଁର ଏଇ ୭ ପରିବାର ଏବେ ଦର୍ପନାରାୟଣପୁର ଗାଁରେ ରହୁଥିବା ସୂଚନା ମିଳିଛି।

ଏମାନଙ୍କ କହିବା ଅନୁଯାୟୀ, ବିବାହ କରିବା ମାତ୍ରକେ ରକ୍ତ ବାନ୍ତି କରି ମରିଯାଉଛିନ୍ତି ଯୁବକମାନେ। ଏହି କ୍ରମରେ ଗତ ଦୁଇ ବର୍ଷରେ ସାତ ଜଣ ମୃତ୍ୟୁବରଣ କରିସାରିଲେଣି। ରକ୍ତବାନ୍ତି କରି ମରୁଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲେ ମଧ୍ୟ କେହିବି ସୁସ୍ଥ ହେଉନାହାନ୍ତି।

ଏପରିକି ଅନେକ ତାନ୍ତ୍ରିକ ଏବଂ ଡାକ୍ତରଙ୍କ ପରାମର୍ଶ କରି ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ଗ୍ରାମବାସୀ। ତେବେ ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଅନୁସନ୍ଧାନ କରା ଯାଇ ଏହି  ଲୋକ ମାନଙ୍କୁ ପୁନର୍ବାସ  କରିବାକୁ ଦାବି ହୋଇଛି l

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos