ସ୍ନାନଯାତ୍ରା ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଭକ୍ତଙ୍କ ଦର୍ଶନ ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏ ପ୍ରସଙ୍ଗରେ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। କୋଭିଡ କଟକଣା ଭିତରେ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ। କୋଭିଡ୍‌ ପରିସ୍ଥିତିକୁ ଦେଖି ଏଥର ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରିବାକୁ […]

jagannath

jagannath

Manoranjan Sial
  • Published: Thursday, 04 June 2020
  • Updated: 04 June 2020, 06:40 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଭକ୍ତଙ୍କ ଦର୍ଶନ ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏ ପ୍ରସଙ୍ଗରେ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। କୋଭିଡ କଟକଣା ଭିତରେ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ।

କୋଭିଡ୍‌ ପରିସ୍ଥିତିକୁ ଦେଖି ଏଥର ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବଡ଼ଦାଣ୍ଡକୁ ଯେପରି ଭକ୍ତ ଆସିବେନି ସେଥିପାଇଁ ତିଆରି କରାଯାଇଛି ବ୍ୟାରିକେଡ୍। ନିଷ୍ପତ୍ତି ମୁତାବକ ରାତି ୧୦ଟାରୁ ୬ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଜାରି ହେବ ୧୪୪ ଧାରା। ଶ୍ରୀମନ୍ଦିର ଚାରିପଟ ଅଞ୍ଚଳ ସହ ବଡ଼ଦାଣ୍ଡରେ ଲାଗୁ ହେବ ୧୪୪ ଧାରା। ମାର୍କେଟ ଛକରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣୀଖିଆ ଛକ ଭାୟା ମରିଚିକୋଟ ଲେନ୍, ବାଲିସାହି ରାସ୍ତାରୁ ଖୁଣ୍ଟିଆସାହି ଛକ ଭାୟା ବାଲିସାହି ରାସ୍ତା, କଦମ୍ବଗଡ଼ ଛକରୁ ହରଚଣ୍ଡି ସାହିର ମାଛହାଟ ଛକ, ଲୋକନାଥ ରୋଡ୍ ବୃଷଭ ଛକରୁ ମଙ୍ଗଳାହାଟ ମଲ୍ଲିକା ଛକ ଯାଏଁ ୧୪୪ ଧାରା ଜାରି ହେବ। ଏହି ସବୁ ଅଞ୍ଚଳକୁ ଆସିବାକୁ ସାଧାରଣ ଲୋକଙ୍କୁ ବାରଣ ରହିବ। କେବଳ ଅନୁମତି ମିଳିଥିବା ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କୁ ଏନେଇ ଅନୁମତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos