ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ସମ୍ପର୍କରେ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଜାତୀୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି।
ବିଧାନସଭା ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୩୮- ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ମଦନମୋହନ ଦତ୍ତଙ୍କ ଜୁନ୍ ୧୭ ତାରିଖରେ ଭୁବନେଶ୍ୱରରେ ମୃତ୍ୟୁ ହୋଇଥିବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଘୋଷଣା କରିଛନ୍ତି। ତାଙ୍କ ମୃତ୍ୟୁ ଯୋଗୁ ବିଧାନସଭାରେ ଗୋଟିଏ ଆସନ ଖାଲି ହୋଇଛି। ବିଧାନସଭା ପକ୍ଷରୁ ଏହି ସୂଚନା ଜାତୀୟ ନିର୍ବାଚନ କମିଶନଙ୍କ ସଚିବଙ୍କ ସମେତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅବଗତ କରାଯାଇଛି।
ସୂଚନାଯୋଗ୍ୟ, ବିଜେପି ବିଧାୟକ ଶ୍ରୀ ଦତ୍ତ ଭୁବନେଶ୍ୱରସ୍ଥିତ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ପ୍ରାଣ ହରାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।
Accident
ବାଇକକୁ ଧକ୍କା ଦେଲା କୁକୁଡ଼ା ବୋଝେଇ ଭ୍ୟାନ, ସ୍ୱାମୀ-ସ୍ତ୍ରୀ ମୃତ
ଦୁର୍ଘଟଣା ଘଟାଇଥିବା କୁକୁଡ଼ା ବୋଝେଇ ଭ୍ୟାନଟି ଫେରାର୍ ହୋଇଯାଇଛି। ତଦନ୍ତ କରୁଛି ପୁଲିସ।
Crime
୨ ମାସ ଧରି ଚଳାଇଥିଲେ ଲୁଟ, ୬ ଲୁଟେରାଙ୍କୁ ଧରିଲା ପୁଲିସ
ବାଲେଶ୍ୱର ଏସ୍ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି।
Crime
ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।
Miscellaneous
ହସ୍ପିଟାଲରେ ଚାଲିଗଲା ବିଚାରାଧୀନ କଏଦୀ ଜୀବନ, ସାଂଘାତିକ ଅଭିଯୋଗ ଆଣିଲେ ପୁଅ
ଜେଲ କର୍ତ୍ତୃପକ୍ଷ ଅସୁସ୍ଥତା କାରଣରୁ ଜମାଲ ପ୍ରାଣ ହରାଇଥିବା କୁହାଯାଇଛି। କିନ୍ତୁ ଏହାକୁ ତାଙ୍କ ପରିବାର ଲୋକ ମାନି ନାହାନ୍ତି। ସେମାନଙ୍କ କହିବା କଥା ଯେ ଜେଲରେ ଜମାଲଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଛି।