ବିନିକା (ଦିଲ୍ଲୀପ କୁମାର ସାହୁ): ବିଜ୍ଞାନ ଯୁଗରେ ବି ଜାରି ରହିଛି ଅନ୍ଧବିଶ୍ୱାସ। ମନ୍ତ୍ରତନ୍ତ୍ର ପରେ ଗାଁକୁ ପଶିଲେ ୨୨ ଜଣ ପ୍ରବାସୀ ଓଡିଆ। ଏମିତି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଞ୍ଚାୟତ ସିଆଳି ଗାଁରେ। ଗାଁର ଯୁବକମାନେ ପରିବାର ପରିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ।
ହେଲେ ଅଦୃଶ୍ୟ ଶକ୍ତି 'କରୋନା' ଯୋଗୁଁ ନିଜ ଭିଟାମାଟିକୁ ଫେରିବା ପରେ ସରକାରୀ ନିୟମ ମାନି ୧୪ ଦିନ ସେଲେଡି ସଙ୍ଗରୋଧ କେନ୍ଦ୍ରରେ ରହି ଗାଁକୁ ଫେରିଥିଲେ। କିନ୍ତୁ ଗାଁ ଲୋକେ ସେମାନଙ୍କୁ ଗାଁରେ ପୂରାଇ ଦେଇ ନଥିଲେ। ଏହା ପରେ ସେମାନେ ପୁଣି ଅଙ୍ଗନୱାଡି କେନ୍ଦ୍ରରେ ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବା ସତ୍ତ୍ବେ ଗାଁକୁ ପ୍ରବେଶ କରିପାରି ନଥିଲେ।
ଗ୍ରାମବାସୀ ଅନ୍ଧବିଶ୍ୱାସରେ ବିଶ୍ୱାସ କରି କାଳିସୀ ହାତରେ ଖଣ୍ଡାଧରି ପ୍ରବାସୀ ଓଡିଆଙ୍କୁ ଆର୍ଶୀବାଦ ଦେଇଥିଲେ। ଏହା ପରେ ଗାଁରେ ଥିବା ରାମ ମନ୍ଦିରର ପୂଜକ ପ୍ରବାସୀଙ୍କ ଉପରେ ପାଣି ସିଞ୍ଚନ କରିବା ପରେ ଗାଁକୁ ପଶିବାକୁ ଅନୁମତି ଦେଇଥିଲେ ଗ୍ରାମବାସୀ। ପ୍ରବାସୀଙ୍କ ପରିବାର ଲୋକେ ଫୁଲ, ଚନ୍ଦନ, ଧୁପଦ୍ୱୀପ ଦେଇ ଘରକୁ ପ୍ରବେଶ କରାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।