ରିଙ୍କି ମତେ ବରବାଦ୍ କରିଦେଲା... ପଦାକୁ ଆସିଲା ହ୍ୱାଟସ୍ଆପ୍ ମେସେଜ୍

ଭୁବନେଶ୍ୱର ଭୀମଟାଙ୍ଗିରେ ମହିଳାଙ୍କୁ ବୀଭତ୍ସ ହତ୍ୟା ପଛର ଫିଟୁଛି ଗୁମର। ସାମ୍ନାକୁ ଆସିଲା ଅଭିଯୁକ୍ତର ହ୍ୱାଟସ୍ଆପ୍ ମେସେଜ୍। ଅଭିଯୁକ୍ତର ମା କହିଲେ ପ୍ରିୟଙ୍କା ସହ ପୁଅ ଜଗନ୍ନାଥର ଥିଲା ନିବିଡ଼ ସମ୍ପର୍କ। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ହେଲେ ଗତବର୍ଷ ଲକଡାଉନ୍ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଗଢ଼ିଉଠିଥିଲା। ମୃତ ମହିଳାଙ୍କ ବାପା କହିଛନ୍ତି ଯେ, ହତ୍ୟାକାଣ୍ଡ ଭିଆଇଥିବା ଯୁବକକୁ ମୁଁ […]

897

897

Tapas Behera
  • Published: Tuesday, 06 July 2021
  • Updated: 09 July 2021, 12:18 PM IST

Sports

Latest News

ଭୁବନେଶ୍ୱର ଭୀମଟାଙ୍ଗିରେ ମହିଳାଙ୍କୁ ବୀଭତ୍ସ ହତ୍ୟା ପଛର ଫିଟୁଛି ଗୁମର। ସାମ୍ନାକୁ ଆସିଲା ଅଭିଯୁକ୍ତର ହ୍ୱାଟସ୍ଆପ୍ ମେସେଜ୍। ଅଭିଯୁକ୍ତର ମା କହିଲେ ପ୍ରିୟଙ୍କା ସହ ପୁଅ ଜଗନ୍ନାଥର ଥିଲା ନିବିଡ଼ ସମ୍ପର୍କ। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ହେଲେ ଗତବର୍ଷ ଲକଡାଉନ୍ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଗଢ଼ିଉଠିଥିଲା। ମୃତ ମହିଳାଙ୍କ ବାପା କହିଛନ୍ତି ଯେ, ହତ୍ୟାକାଣ୍ଡ ଭିଆଇଥିବା ଯୁବକକୁ ମୁଁ ଜାଣିନାହିଁ କି ଚିହ୍ନିନାହଁ।

ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ଜଗନ୍ନାଥଙ୍କ ହ୍ୱାଟସ୍ଆପ୍ ମେସେଜ୍

ଆଉ ରାଗିବନି ମୋ ଉପରେ...

...ମୁଁ ଦୁନିଆ ଛାଡ଼ିକି ଯାଉଛି...ପ୍ଲିଜ ମୋତେ କ୍ଷମା କରିଦିଅ...

ଏ ରିଙ୍କି...ମୁଁ ଯାହାକୁ ଭଲ ପାଉଥିଲି, ସେ ମୋତେ ବରବାଦ୍ କରିଦେଲା...

ମୁଁ ‌ଆଉ ବଞ୍ଚିବା ପରିସ୍ଥିତିରେ ନଥିଲି...

ସରି ଭାଇ ମାନେ ମୋତେ କ୍ଷମା କରିଦେବ...

ମୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲି...

ମୁଁ ଆଉ ଫେରିବିନି...ତୁମମାନଙ୍କ ଭଲ ପାଇବା ସାଥିରେ ନେଇକି ମୁଁ ଯାଉଛି...

ମୋ ପାଖରେ ଆଉ କିଛି ରାସ୍ତା ନାହିଁ...

ବଡ଼ଭାଇ ମାନଙ୍କୁ ମୋ ଅନୁରୋଧ...ମୋ ବାଇକରେ ବାକିଥିବା କିସ୍ତି ସବୁ ମିଶିକି ଦେଇଦେବେ...

ଫାଇନାନ୍ସକୁ ବାଇକ୍ ନଦେବାକୁ ନିବେଦନ...

ରହିଲି...ବାବାଜୀ ପରିବାରରୁ ମୁଁ ବିଦାୟ ନେଉଛି ସବୁଦିନ ପାଇଁ....

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପ୍ରଥମ ଟାର୍ଗେଟ୍ ଥିଲା ପ୍ରିୟଙ୍କାଙ୍କ ୩ ବର୍ଷର ପୁଅ। ତା’ପରେ ସେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥା’ନ୍ତା। ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଉଭୟ ଜଗନ୍ନାଥ ଓ ପ୍ରିୟଙ୍କା ପରସ୍ପରକୁ ଜାଣିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ଯେଉଁ ଘଟଣା ଘଟାଇଛି, ତାହା ଯୋଜନାବଦ୍ଧ ଥିଲା। ମିଳିଥିବା ଚିଠି ଅନୁସାରେ ସେ ପ୍ରଥମେ ମୃତ ମହିଳାଙ୍କ ପୁଅକୁ ହତ୍ୟା କରିଥା’ନ୍ତା।

ସେ ଆହୁରି କହିଛନ୍ତି ଯେ ପ୍ରିୟଙ୍କାଙ୍କ ଘରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଜୋରଜବରଦସ୍ତ ପଶିବାର କୌଣସି ପ୍ରମାଣ ମିଳିନାହିଁ।

ଜଗନ୍ନାଥଙ୍କ ମା’ଙ୍କ ସୂଚନା ଅନୁଯାୟୀ, ସେମାନେ ଦୁହେଁ ପରସ୍ପରକୁ ଜାଣିଥିଲେ। ପ୍ରିୟଙ୍କାଙ୍କ ବାହାଘର ପରେ ଜଗନ୍ନାଥ ବେଙ୍ଗାଲୁରୁ ଚାଲି ଯାଇଥିଲେ। କିନ୍ତୁ ଗତ ବର୍ଷ ଲକ୍‌ଡାଉନ୍‌ ବେଳେ ଜଗନ୍ନାଥ ଘରକୁ ଫେରିଥିଲେ। ଏହା ପରଠୁ ପୁଣି ପ୍ରିୟଙ୍କା ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା। ପ୍ରିୟଙ୍କା ତାଙ୍କ ଆଡୁ ଫୋନ୍ କରୁଥିଲେ ବୋଲି ଜଗନ୍ନାଥଙ୍କ ମା’ କହିଛନ୍ତି।

ସେ କହିଛନ୍ତି, “ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କର ଜଗନ୍ନାଥ ପ୍ରଧାନଙ୍କ ସହ ଥିଲା ସମ୍ପର୍କ । ପ୍ରିୟଙ୍କାର ବିବାହ ପୂର୍ବରୁ  ଉଭୟ ପରସ୍ପରକୁ ଭଲ ଭାବେ ଜାଣିଥିଲେ, ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ହେଲେ ଝିଅ ବିବାହ ହୋଇ ଚାଲିଯିବା ପରେ ମୋ ପୁଅ କେବେ ତାର କିଛି ସମସ୍ୟା କରିନି। ଜଗନ୍ନାଥ ରାଣ ଖାଇ କହିଥିଲା ଫୋନ୍‌ କରିବିନି। ଯେଉଁଠି ରହୁଛି ଭଲରେ ରହୁ।”

“ହେଲେ ପୁଅ ହେବା ପରେ ପ୍ରିୟଙ୍କା ମୋ ପୁଅକୁ ଫୋନ୍‌ କଲା। ମୋ ପୁଅ ପ୍ରଥମେ ଫୋନ୍‌ କରି ନ ଥିଲା। ଏହାପରେ ଗତକାଲି ସକାଳୁ ଉଠି ଗାଧୋଇପାଧୋଇ କହିଲା ମାର୍କେଟ ଯାଉଛି। ଏପରି କରିବ ଜାଣିଥିଲେ, ମୋ ପୁଅକୁ କେବେ ଛାଡ଼ି ନ ଥାନ୍ତି।”

ହାପରେ ମାର୍କେଟ ଯାଉଛି କହି ଗତକାଲି ଜଗନ୍ନାଥ ଘରୁ ବାହାରି ଭୁବନେଶ୍ୱର ଆସିଥିଲେ। ପୂର୍ବ ଯୋଜନା ମୁତାବକ ଜଗନ୍ନାଥ ଏକ ସୁଇସାଇଡାଲ ନୋଟ ଲେଖିଥିବା ବେଳେ ବିଷ, ଛୁରୀ ଆଦି ଧରି ପ୍ରିୟଙ୍କାଙ୍କ ଘରକୁ ଯାଇଥିଲେ। ନିଜ ସୁଇସାଇଡାଲ ନୋଟରେ ମାରିବି, ମରିବି ବୋଲି ଲେଖିଥିବା ଜଗନ୍ନାଥ ଉଭୟ ପ୍ରିୟଙ୍କା ଓ ତାଙ୍କ ୩ ବର୍ଷର ଛୁଆକୁ ମାରିବାକୁ ଯୋଜନା କରିଥିବା ସ୍ପଷ୍ଟ ହୋଇଥିଲା। ହେଲେ ଛୁଆଟି ବର୍ତ୍ତି ଯାଇଥିବା ବେଳେ ଜଗନ୍ନାଥଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଛଟପଟ ହୋଇ ଜୀବନ ହାରିଥିଲେ ପ୍ରିୟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story