ପୁରୀ (ଓଡ଼ିଶା ରିପୋର୍ଟର): ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଅନବସରର ଆଜି ତୃତୀୟ ଦିନରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ।
ଦ୍ୱିପହର ଧୂପ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବେ। ଦଇତାପତି ସେବକ ଅନବସରର ଗୁପ୍ତ ସେବା ପ୍ରକାରେ ଦ୍ୱିପହର ଧୂପ ପରେ ଅଣସର ତାଟି ଖୋଲାଯିବ। ଦଇତାପତି ସେବକ ତିନି ଠାକୁରଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବା ପରେ ସମସ୍ତ ନୀତିକାନ୍ତି ପାଳନ କରିବେ।
ଅନବସରର ଗୁପ୍ତ ସେବା କରାଯାଉଥିବାରୁ ଶ୍ରୀ ମନ୍ଦିରରେ ଆଉ ଶୁଭୁନାହିଁ କୋଳାହଳ, ଶୁଭୁନାହିଁ ଘଣ୍ଟ, ଘଣ୍ଟିର ବାଦ୍ୟ। ୧୦୮କୁମ୍ଭ ଜଳ ସ୍ନାନ କରିଵାପରେ ଜ୍ୱରରେ ପୀଡିତ ହେବାପରେ ୧୫ଦିନ ମହାପ୍ରଭୁଙ୍କୁ ଅନବସର କରାଯାଉଛି।
ପଞ୍ଚମୀ ତିଥିରେ ଫୁଲୁରି ତେଲ ଲାଗି ପରେ ଚାରି ଦିନ ଓଷ ଲାଗି ହେବ। ତେଣେ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଉଛନ୍ତି। ପଟିଦିଅଁ ଅନନ୍ତ ବାସୁଦେବ, ନାରାୟଣ, ଭୁବନେଶ୍ୱରୀଙ୍କ ସହ ଦଶଅବତାର ଠାକୁରଙ୍କୁ ପୂଜା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।