ମେଡିକାଲ ଉପକରଣ ପାଇଁ ଶିଳ୍ପ ସଂସ୍ଥାଠୁ ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଓ ସନ୍ଦିଗ୍ଧ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଆଜି ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକଠୁ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ମେଡିକାଲ ଉପକରଣ ଦେବା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛନ୍ତି। ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ପୋର୍ଟବୁଲ […]

medicne

medicne

Manoranjan Sial
  • Published: Wednesday, 25 March 2020
  • Updated: 25 March 2020, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଓ ସନ୍ଦିଗ୍ଧ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଆଜି ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକଠୁ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ମେଡିକାଲ ଉପକରଣ ଦେବା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛନ୍ତି।

ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ପୋର୍ଟବୁଲ ଭେଣ୍ଟିଲେଟର, ମାସ୍କ ଓ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର ପକ୍ଷରୁ ଅନୁରୋଧ କରାଯାଇଛି। ଇଫକୋ ଏ ଦିଗରେ ପ୍ରଥମେ ପଦକ୍ଷେପ ନେଇ ଆବଶ୍ୟକୀୟ ମେଡିକାଲ ଉପକରଣ ଯୋଗାଇଛନ୍ତି। ଅନ୍ୟ ଶିଳ୍ପ ସଂସ୍ଥାଗୁଡ଼ିକ ଅନୁରୂପ ପଦକ୍ଷେପ ନେବେ ବୋଲି ରାଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି।

ଶ୍ରୀ ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ମଧ୍ୟ ଆବଶ୍ୟକୀୟ ମେଡିକାଲ ଉପକରଣକୁ ମହଜୁଦ୍ ରଖିବା ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ଶୀଘ୍ର ଔଷଧ ଓ ମେଡିକାଲ ଉପକରଣ ଯୋଗାଣକାରୀ ସଂସ୍ଥାକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଡର ନେବାର ସପ୍ତାହକ ମଧ୍ୟରେ ମେଡିକାଲ ଉପକରଣ ଓ ଔଷଧ ଯୋଗାଇଲେ ସେମାନଙ୍କୁ ଅତିରିକ୍ତ ୫୦ ପ୍ରତିଶତ ଅର୍ଥ, ୧୫ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ଅର୍ଥ ଯୋଗାଇ ଦିଆଯିବ। କେବଳ ସେତିକି ନୁହେଁ ଯୋଗାଣକାରୀ କମ୍ପାନୀ ବା ସଂସ୍ଥା ଏସବୁ ପରିବହନ ବାବଦରେ ଖର୍ଚ୍ଚ କରିଥିବା ସମସ୍ତ ପ୍ରାପ୍ୟକୁ ୨୪ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ। ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଯାନବାହନଗୁଡ଼ିକର ଚଳାଚଳ ଅବ୍ୟାହତ ରହିବ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ଏହାବ୍ୟତୀତ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ଟି ଜିଲ୍ଲା ପାଇଁ ୪୪.୫୦କୋଟି ଟଙ୍କା ପ୍ରତ୍ୟେକ ଜିଲ୍ଲା ରେଡକ୍ରସ୍ ପାଣ୍ଠିକୁ ପ୍ରଦାନ କରାଯାଇଛି। ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ୩କୋଟି ଲେଖାଏଁ ଦିଆଯାଇଥିବାବେଳେ ବାଲେଶ୍ୱର, ବରଗଡ଼, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ୨କୋଟି ଟଙ୍କା ଲେଖାଏଁ ଓ ଅନ୍ୟ ଜିଲ୍ଲାଗୁଡ଼ିକୁ ୧କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। କେବଳ ଦେବଗଡ଼ ଜିଲ୍ଲାକୁ ୫୦ଲକ୍ଷ ଟଙ୍କା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story