ନିଜକୁ ଛୋଟ ମଣିଷ କହିଲେ ପୂର୍ବତନ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଉଚ୍ଚ ମଣିଷଟିଏ। ଖାଲି ଶାରୀରିକ ଭାବେ ନୁହେଁ କର୍ମ ଆଉ କର୍ତ୍ତବ୍ୟରେ ବି ସେ ଢେର ଉଚ୍ଚ ଏ କଥା ସମସ୍ତେ ସ୍ୱୀକାର କରିବେ। ଇଣ୍ଡୋନେସିଆରୁ ଓଡିଶା ଆଉ ସାରା ବିଶ୍ୱ ଏ କଥାଟି ଜାଣିଛି। ୧୯୬୨ରେ ସୀମା ବିବାଦ ବେଳେ ବିଜୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଏଣୁ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ନାନ ଭାରତରତ୍ନ ମିଳିବାର ଯଥାର୍ଥତା ରହିଛି। ଏମିତି ଅନେକ କଥା ଉଠିଥିଲା ଆଜି। ସ୍ୱର୍ଗତ […]

e4

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 10:51 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଉଚ୍ଚ ମଣିଷଟିଏ। ଖାଲି ଶାରୀରିକ ଭାବେ ନୁହେଁ କର୍ମ ଆଉ କର୍ତ୍ତବ୍ୟରେ ବି ସେ ଢେର ଉଚ୍ଚ ଏ କଥା ସମସ୍ତେ ସ୍ୱୀକାର କରିବେ। ଇଣ୍ଡୋନେସିଆରୁ ଓଡିଶା ଆଉ ସାରା ବିଶ୍ୱ ଏ କଥାଟି ଜାଣିଛି। ୧୯୬୨ରେ ସୀମା ବିବାଦ ବେଳେ ବିଜୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଏଣୁ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ନାନ ଭାରତରତ୍ନ ମିଳିବାର ଯଥାର୍ଥତା ରହିଛି। ଏମିତି ଅନେକ କଥା ଉଠିଥିଲା ଆଜି।

ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନି ସମ୍ପର୍କିତ ପୁସ୍ତକ “ଦି ଟଲ୍ ମ୍ୟାନ୍-ବିଜୁ ପଟ୍ଟନାୟକ” ଉନ୍ମୋଚନ କାର୍ଯ୍ୟକ୍ରମ ସମୟରେ ଏଭଳି ବକ୍ତବ୍ୟ ରଖିଥିଲେ ବକ୍ତା। ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରୋଚକ ଢଙ୍ଗରେ କହିଥିଲେ କି, ତାଙ୍କ ଭଳି ଜଣେ ଛୋଟ ମଣିଷ(କମ୍ ଉଚ୍ଚ) ଜଣେ ପ୍ରକୃତ ଉଚ୍ଚ ମଣିଷର ଉତ୍ସବରେ ଯୋଗଦେଇ ବେଶ୍‌ ଗୌରବାନ୍ୱୀତ । ଏହି କଥା ଶୁଣିବା ପରେ କରତାଳିରେ କମ୍ପିଥିଲା ଉତ୍କଳ ମଣ୍ଡପର ଚତୁଃପାର୍ଶ୍ୱ।

ସର୍ବୋଚ୍ଚ ଆସନର ଅଧିକାରୀ ଜଣେ ବ୍ୟକ୍ତି ଅନ୍ୟକୁ ସମ୍ମାନ ଦେବାକୁ ଯାଇ ନିଜକୁ ଛୋଟ ମଣିଷ ବୋଲି ଅବିହିତ କରିବା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡ଼ା ବକ୍ତବ୍ୟ ରଖି ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳିବା ଉଚିତ ବୋଲି କହିଥିଲେ । ବିଜୁ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । ତାଙ୍କ ଜୀବନୀ ପୁସ୍ତକ ସ୍କୁଲ ଏବଂ କଲେଜରେ ପଢ଼ାଯାଉ ବୋଲି ମଧ୍ୟ ସେ କହିଥିଲେ।

Related story