କରୋନା ସଙ୍କଟରୁ ମୁକୁଳିବା ପାଇଁ ସମନ୍ୱିତ କାର୍ଯ୍ୟଖସଡ଼ା ହେବ: ସଞ୍ଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟରୁ ମୁକୁଳିବା ପାଇଁ ସମନ୍ୱିତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଦାସବର୍ମା କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ବିଭାଗମାନେ ନିଜର ବଜେଟ୍ ଭିତରେ ସେମାନଙ୍କର ରୋଡମ୍ୟାପ ଅନୁସାରେ ବ୍ୟୟ ଓ ତା’ର ସଠିକ୍ ଉପଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନ […]

SANJAY-DAS-BURMA-12300-750x430

SANJAY-DAS-BURMA-12300-750x430

Manoranjan Sial
  • Published: Tuesday, 09 June 2020
  • Updated: 09 June 2020, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟରୁ ମୁକୁଳିବା ପାଇଁ ସମନ୍ୱିତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଦାସବର୍ମା କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ବିଭାଗମାନେ ନିଜର ବଜେଟ୍ ଭିତରେ ସେମାନଙ୍କର ରୋଡମ୍ୟାପ ଅନୁସାରେ ବ୍ୟୟ ଓ ତା’ର ସଠିକ୍ ଉପଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନ ସମୟରେ ଓଡ଼ିଶାର ଅର୍ଥନୀତିକୁ କିଭଳି ଗତିଶୀଳ କରାଯାଇପାରିବ ସେଥିପାଇଁ ବିଭିନ୍ନ ବିଭାଗ, ଷ୍ଟେକ ହୋଲଡର, ତୃଣମୂଳସ୍ତରରେ ସମସ୍ୟା ଓ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଯତ୍ନଶୀଳ ହୋଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ୧୩ଟି ବିଭାଗର ସଚିବ ନିଜର ମତାମତ ରଖିଥିଲେ। ସମ୍ପୃକ୍ତ ବିଭାଗଗୁଡ଼ିକ ଆଜିର ବୈଠକର ବିବରଣୀ ପାଇବାର ସାତ ଦିନ ମଧ୍ୟରେ ସେମାନଙ୍କର କାର୍ଯ୍ୟକ୍ରମ ରିପୋର୍ଟକୁ ଯୋଜନା ଓ ସଂଯୋଜନ ବିଭାଗକୁ ଦେବେ। ତା’ପରେ ତୃଣମୂଳସ୍ତରର ଅଂଶୀଦାରଙ୍କ ମତ ନିଆଯିବ। ସମସ୍ତ ରିପୋର୍ଟକୁ ଆଧାର କରି ଏକ ସମନ୍ୱିତ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି।

ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଲୋକମାନଙ୍କ କ୍ରୟଶକ୍ତି ବୃଦ୍ଧି ନିମନ୍ତେ ରୋଜଗାର ସୃଷ୍ଟି ଓ ଅଧିକ ଶ୍ରମଦିବସ ସୃଷ୍ଟି ଓ କମ୍ ସମୟ ମଧ୍ୟରେ ଶେଷ ହୋଇପାରୁଥିବା ତଥା ରୋଜଗାର ସୃଷ୍ଟିକାରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସମେତ ବହୁ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story