କିନ୍ନରଙ୍କ ଭାଗ୍ୟରେ ସୂର୍ଯ୍ୟୋଦୟ

ମାଲକାନଗିରି(ଓଡ଼ିଶା ରିପୋର୍ଟର):କିନ୍ନରଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରୟାସ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି। ପରିମଳ ବ୍ୟବସ୍ଥାର ସୁରକ୍ଷା ଦାୟିତ୍ୱରେ ଏମାନଙ୍କୁ ମିଳିଛି ନିଯୁକ୍ତି।  ସମାଜରେ ଅନେକ ସମୟରେ ନିର୍ଯାତିତ ହେଉଥିବା କିନ୍ନର ସମାଜ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ ଜଣ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ଜିଲ୍ଲା ପ୍ରଶାସନ। ସରକାରଙ୍କ ନିର୍ମଳ […]

5432-1

5432-1

Tapas Behera
  • Published: Sunday, 24 November 2019
  • Updated: 24 November 2019, 04:17 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର):କିନ୍ନରଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରୟାସ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି। ପରିମଳ ବ୍ୟବସ୍ଥାର ସୁରକ୍ଷା ଦାୟିତ୍ୱରେ ଏମାନଙ୍କୁ ମିଳିଛି ନିଯୁକ୍ତି।  ସମାଜରେ ଅନେକ ସମୟରେ ନିର୍ଯାତିତ ହେଉଥିବା କିନ୍ନର ସମାଜ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୫ ଜଣ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ଜିଲ୍ଲା ପ୍ରଶାସନ। ସରକାରଙ୍କ ନିର୍ମଳ ଯୋଜନାରେ ସମସ୍ତ କିନ୍ନରଙ୍କୁ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ମିଳିଛି। ଜିଲ୍ଲା ପୋଲିସ ତରଫରୁ ସେମାନଙ୍କୁ ପ୍ରଶିକ୍ଷଣ ପରେ ମେଡିକାଲରେ ନିଯୁକ୍ତି ଦିଆଯାଇଛି। ପ୍ରସୂତି ବିଭାଗର ଲେବର ରୁମ ଗେଟରେ ଏମାନେ ନିୟୋଜିତ ହୋଇଛନ୍ତି। ଓ୍ୱାର୍ଡକୁ ସଫାସୁତରା ରଖିବା ନେଇ ରୋଗୀଙ୍କୁ ପରାମର୍ଶ ସହ ଓ୍ୱାର୍ଡର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି କିନ୍ନର। ସାମାଜିକ ଅବହେଳାରେ ପେଶି ହୋଇ ଯାଉଛନ୍ତି କିନ୍ନର ସମାଜ। ଅନେକ ସମୟରେ ଏମାନଙ୍କୁ ଲୋକେ ଛିଗୁଲେଇବାକୁ ମଧ୍ୟ ପଛାଉ ନାହାନ୍ତି।

କେତେବେଳେ ସାଜସଜାକୁ ନେଇ ତ’ ଆଉ କେତେବେଳେ ସେମାନଙ୍କର ତୃତୀୟ ଲିଙ୍ଗକୁ ନେଇ ସେମାନନଙ୍କୁ ଭିନ୍ନ ନଜରରେ ସକାଜ ଦେଖେ। ହେଲେ ବର୍ତ୍ତମାନ ନିଯୁକ୍ତି ପରେ ଏବେ ମିଳିଛି ସମ୍ମାନର ବଂଚିବାର ରାହା। ପୂର୍ବରୁ ଦୋକାନରୁ ଦୋକାନ ଓ ବିଭିନ୍ନ ଛକରେ ତାଳି ମାରି ଟଙ୍କା ମାଗି ଚଳୁଥିବା କିନ୍ନର ଦୁଇ ପଇସା ରୋଜଗାର କରୁଛନ୍ତି । ଏହି କାମ ପାଇଁ ଲୋକେ ସେମାନଙ୍କୁ ସମ୍ମାନ ମଧ୍ୟ ଦେଉଥିବା କହିଛନ୍ତି । ନିଯୁକ୍ତି ପାଇଥିବା କିନ୍ନର ପ୍ରଶାସନର ଏହି ପ୍ରୟାସକୁ ବୁଦ୍ଧିଜୀବୀ ମଧ୍ୟ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos