ବାଲେଶ୍ୱରରେ ବଢ଼ିଲା: ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, କ୍ୱାରେଣ୍ଟାଇନ୍‌ରେ ଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ଆସିଲା ଉଦ୍‌ବେଗଜନକ ଖବର। ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସମସ୍ତ ୩ ଜଣ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ମିଳିଛି। ସମ୍ପୃକ୍ତ ୩ ଜଣ ହେଲେ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୪୪,୬୧ ଓ ୬୩। ସମସ୍ତେ କୋଲକତା ଫେରନ୍ତା। ସେମାନଙ୍କ ଶରୀରରେ କରୋନା ଲକ୍ଷଣ ନଥିଲା। ତେବେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ। 3rd Health Update, 29 April Three Positive Case […]

AMBULANCE-1

AMBULANCE-1

Tapas Behera
  • Published: Wednesday, 29 April 2020
  • Updated: 29 April 2020, 06:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ଆସିଲା ଉଦ୍‌ବେଗଜନକ ଖବର। ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସମସ୍ତ ୩ ଜଣ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ମିଳିଛି। ସମ୍ପୃକ୍ତ ୩ ଜଣ ହେଲେ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୪୪,୬୧ ଓ ୬୩। ସମସ୍ତେ କୋଲକତା ଫେରନ୍ତା। ସେମାନଙ୍କ ଶରୀରରେ କରୋନା ଲକ୍ଷଣ ନଥିଲା। ତେବେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ।

ଏନେଇ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ଏମାନଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଏଥିସହ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି ଏବଂ ୩୯ ଜଣ ସୁସ୍ଥ ହୋଇ ଫେରିଛନ୍ତି।  ବାଲେଶ୍ୱର ୬୧ ନଂ ଅକ୍ରାନ୍ତ ଜଣଙ୍କୁ ସୁପରସ୍ପ୍ରେଡର ବୋଲି କୁହାଯାଉଛି। ତାଙ୍କ ସଂସ୍ପର୍ଶରେ ଆସି ୧୧ ଜଣ ସଂକ୍ରମିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos