ତିନି ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ପୁଲିସ୍‌ ବିଶ୍ରା ଅଞ୍ଚଳରୁ ୩ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨ଟି ପିସ୍ତଲ ଓ ଗୁଳି ଜବତ କରିଛି।

ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ହେଲେ ପବନ ଟାଣି ବେଡିଙ୍ଗ, ସମୁଏଲ ସୋଏ ମୁର୍ମୁ ଓ ରାଜେଶ ବିରୁଆ। ଏମାନେ ବିଶ୍ରା ପେଟ୍ରୋଲ୍‌ ପମ୍ପରେ ଅନ୍ୟ ତିନି ଜଣ ସାଥୀଙ୍କ ସହ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୁଲିସ୍‌ ଚଢ଼ାଉ କରିଥିଲା। ଏହି ୩ ଜଣ ଗିରଫ ହୋଇଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଥିଲା। ଫେରାର ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ କହିଛନ୍ତି।