କଣ ହେବ ବାଘୁଣୀ ସୁନ୍ଦରୀର ଭାଗ୍ୟ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସେ ଭିତରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ନିର୍ଦ୍ଧାରଣ କରାଯିବ। ଏଥିପାଇଁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯିବ। ସୁନ୍ଦରୀକୁ ଛାଡ଼ିବା ପୂର୍ବରୁ ସମସ୍ତ କ୍ଷେତ୍ର ପ୍ରସ୍ତୁତି ନେଇ ଅନୁଧ୍ୟାନ କରାଯିବ। କେବଳ ସେତିକି ନୁହେଁ, ନ୍ୟାଶନାଲ୍ ଟାଇଗର କନଜର୍ଭେସନ ଅଥରିଟି, ଏନ୍‌ଟିସିଏ ଓ ୱାଇଲ୍‌ଡ଼୍‌ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଡବ୍ଲୁଆଇଆଇର ନୀତିନିୟମ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଚିଫ୍‌ ୱାଇଲ୍‌ଡ ଲାଇଫ୍‌ […]

sundari

sundari

Manoranjan Sial
  • Published: Thursday, 06 June 2019
  • Updated: 06 June 2019, 07:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସେ ଭିତରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ନିର୍ଦ୍ଧାରଣ କରାଯିବ। ଏଥିପାଇଁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯିବ। ସୁନ୍ଦରୀକୁ ଛାଡ଼ିବା ପୂର୍ବରୁ ସମସ୍ତ କ୍ଷେତ୍ର ପ୍ରସ୍ତୁତି ନେଇ ଅନୁଧ୍ୟାନ କରାଯିବ। କେବଳ ସେତିକି ନୁହେଁ, ନ୍ୟାଶନାଲ୍ ଟାଇଗର କନଜର୍ଭେସନ ଅଥରିଟି, ଏନ୍‌ଟିସିଏ ଓ ୱାଇଲ୍‌ଡ଼୍‌ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଡବ୍ଲୁଆଇଆଇର ନୀତିନିୟମ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଚିଫ୍‌ ୱାଇଲ୍‌ଡ ଲାଇଫ୍‌ ୱାର୍ଡେନ ଅଜୟ କୁମାର ମହାପାତ୍ର।

ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସଂରକ୍ଷଣ ଯୋଜନା ଅନୁଯାୟୀ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା। ସୁନ୍ଦରୀ ସାତକୋଶିଆରେ ପହଞ୍ଚିବା ପରେ ହିଂସ୍ର ହୋଇପଡ଼ିଥିଲା। ଅଭୟାରଣ୍ୟର କୋର ଏରିଆକୁ ନଯାଇ ଜନବସତି ଅଞ୍ଚଳରେ ଘୂରି ବୁଲିଲା। ଆଉ ସୁଯୋଗ ଦେଖି ଶିକାର କଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହା ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି ଏନ୍‌କ୍ଲୋଜରରେ ରଖିଥିଲା ବନ ବିଭାଗ।

ଜଙ୍ଗଲୀ ବାଘ ଦୀର୍ଘଦିନ ଧରି ଏନ୍‌କ୍ଲୋଜରରେ ରହିଲେ ତା’ର ଜଙ୍ଗଲୀ ପ୍ରବୃତ୍ତିରେ ବ୍ୟତିକ୍ରମ ଦେଖାଯିବ ବୋଲି ସନ୍ଦେହ ପ୍ରକଟ କରିଛନ୍ତି ପରିବେଶବିତ୍। ଏଭଳି ସ୍ଥିତିରେ ସୁନ୍ଦରୀର ଭବିଷ୍ୟତ କଣ ହେବ, ତାହା ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos