ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା; ରାଜ୍ୟରେ ବିଭିନ୍ନ ସ୍ଥାନରେ ଚକା ଜାମ୍

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଏସସି/ ଏସଟି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି।  ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବନ୍ଦ ପାଳନ କରାଯାଉଛି। ବଲାଙ୍ଗିର, ସମ୍ବଲପୁର, ରାଉରକେଲା ଓ ମାଲକାନଗିରିରେ  ବନ୍ଦର ପ୍ରଭାବ ଦେଖାଦେଇଛି। ବନ୍ଦ ଯୋଗୁଁ ଦୋକାନବଜାର, ବସ୍ ଚଳାଚଳ ପ୍ରଭାବିତ ହୋଇଛି। ରାଉରକେଲା ବିସ୍ରା ଛକରେ ଆନ୍ଦୋଳନକାରୀଙ୍କ ରାସ୍ତାରୋକ କରିଛନ୍ତି। ସମ୍ବଲପୁରରେ ଆଦିବାସୀ ଦଳିତ ସେନା ପକ୍ଷରୁ ରେଳରୋକ କରାଯାଇଛି।