ଲଘୁଚାପ ପ୍ରଭାବ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ପୁଣି ଅଦିନିଆ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଗଲାଣି। ପୁରୀ ଓ ଭୁବନେଶ୍ୱର ସହିତ କେତେକ ଅଞ୍ଚଳରେ ଆଜି ସକାଳୁ ବର୍ଷା ହେଉଛି।

ଆସନ୍ତାକାଲି ଆହୁରି ଅଧିକ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।  ତେଣୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ରାଜ୍ୟର ସବୁ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି।

୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ବର୍ଷାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ପ୍ରଭାବିତ ହେବାକୁ ଥିବା ୧୮ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ବର୍ଷାକୁ ନେଇ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି। ବାତ୍ୟା ହେବାର ଆଶଙ୍କା ମଧ୍ୟ ସେମାନଙ୍କୁ ଘାରୁଛି।  ହେଲେ ବର୍ଷା ଓ ବାତ୍ୟାକୁ ନେଇ କୌଣସି ଆଶଙ୍କାରେ ନ ରହିବାକୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ସରକାର ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଅନ୍ୟ ପଟେ ପୋକ ଆକ୍ରମଣ, ମରୁଡ଼ି ଓ ଅଦିନିଆ ବର୍ଷାର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କ୍ଷତିପୂରଣ ଦେବାକୁ ୭୧୮ କୋଟି ଟଙ୍କା ଦିଆଯିବ ବୋଲି ମହେଶ୍ୱର ମହାନ୍ତି କହିଛନ୍ତି।

Ordigital Desk
• Published: Friday, 08 December 2017
• Updated: 08 December 2017, 11:04 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos